ଭୁବନେଶ୍ୱର: ଅଧାରୁ ସ୍ବପ୍ନ ମହଲ ଛାଡ଼ି ଚାଲିଗଲା ବୋଉ । ସୁପର ଡୁପର ହିଟ୍ ହୋଇଥିଲା ନାଟକ । ତା’ ପରେ ବି କାହିଁକି ଅଧାରୁ କ୍ୟାମ୍ପ୍ ଛାଡ଼ି ଚାଲିଗଲେ ଯାତ୍ରା ସ୍ବପ୍ନ ମହଲର ଅଭିନେତ୍ରୀ ଟିକିନା ? ଖାଲି ଟିକିନା କାହିଁକି ତାଙ୍କ ସ୍ବାମୀ ଯାତ୍ରା ପାର୍ଟିର ଫେମସ ଭିଲେନ୍ ଶୁଭେନ୍ଦୁ ମଧ୍ୟ ପାର୍ଟି ଛାଡ଼ିଛନ୍ତି । ଲମ୍ବା ସମୟ ଧରି ଗ୍ରୀନ୍ ରୁମ୍ରେ ଚାଲିଥିବା ବିବାଦ ଶେଷରେ ଉଗ୍ରରୂପ ନେଇଛି । ଆଉ ପାର୍ଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଅଭିନେତ୍ରୀ ଟିକିନା ଓ ଅଭିନେତା ଶୁଭେନ୍ଦୁ । ଯାତ୍ରା ସ୍ବପ୍ନ ମହଲର ଏବର୍ଷର ହିଟ୍ ନାଟକ ‘ବୋଉ’ । ଅଭିନେତ୍ରୀ ନମିତା ଓ ଟିକିନାଙ୍କ ଭିତରେ ବିବାଦର କାରଣ ହୋଇଛି ଏହି ନାଟକ । ନାଟକରେ ଲିଡ୍ ରୋଲ୍ରେ ଅଭିନୟ କରୁଥିଲେ ଅଭିନେତ୍ରୀ ଟିକିନା । ନାଟକ ସୁପର ହିଟ୍ ହେବା ପରେ ଅଭିନେତ୍ରୀ ଟିକିନାଙ୍କ ଉପରେ ପଡ଼ିଥିଲା ଚଡ଼କ । ଟିକିନାଙ୍କ ଅଭିଯୋଗ ମୁତାବକ ଗଲା ଦେଢ଼ବର୍ଷ ହେଲା ଯାତ୍ରା ପାର୍ଟିର ମ୍ୟାନେଜର ମୁନ୍ନା ଓ ତାଙ୍କ ପତ୍ନୀ ଅଭିନେତ୍ରୀ ନମିତା ମୋ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିଲେ ।

ଟିକିନା କହିଛନ୍ତି, ମୁନ୍ନା-ନମିତାଙ୍କ ହାତରେ ଭାଗ୍ୟ ଲେଖା ହୋଇନି । ଯାତ୍ରାରେ ଟିକିନା ଓ ଶୁଭେନ୍ଦୁଙ୍କୁ ସଫଳତା ଦେଇଛନ୍ତି ଦର୍ଶକ । ନମିତା ନିଜକୁ ନମ୍ବର ଓ୍ବାନ୍ ଭାବୁଛି । ନିଜକୁ ନମ୍ବର ଓ୍ବାନ୍ ଭାବିବା କିଛି ଭୁଲ୍ ନୁହେଁ । କିନ୍ତୁ ଅନ୍ୟକୁ ୨ ନମ୍ବର ଭାବିବା ହିଁ ନମିତାଙ୍କ ଭୁଲ୍ । ଯାତ୍ରା ପାର୍ଟି ମାଲିକ ଯେହେତୁ ମୁନ୍ନା ଟିକିନାଙ୍କ କଥାରେ ପରିଚାଳିତ ହେଉଛନ୍ତି ଆଉ ଆମକୁ ଗୁରୁତ୍ବ ଦେଉନାହାନ୍ତି ତେଣୁ ମୁଁ ପାର୍ଟି ଛାଡ଼ିବାକୁ ବାଧ୍ୟ ହେଲୁ । ସେପଟେ ଟିକିନାଙ୍କ ଉପରେ ଯେତେବେଳେ ବେଳେ ପାର୍ଟି ପରିଚାଳକ ଓ ତାଙ୍କ ପତ୍ନୀ ନମିତାଙ୍କ ନିର୍ଯାତନା ସୀମା ଟପିଲା ସେତେବେଳେ ପାର୍ଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଅଭିନେତା ଶୁଭେନ୍ଦୁ । ଅପେରା ସ୍ବପ୍ନ ମହଲ ମଞ୍ଚରେ ବୋଉ ନାଟକର ହିଟ୍ ସିନ୍ ଭିତରେ ସାମ୍ନାକୁ ଆସିଛି ଗ୍ରୀନ ରୁମ୍ର ହେଟ୍ ଷ୍ଟୋରି । ଯାହା ଜଲିଉଡ୍ ପାଇଁ ଆଦୌ ଶୁଭଙ୍କର ନୁହେଁ ।