LIVE TV

ବାଃ ବାଃରେ ନାତି, ଜେଜେ ମାଆଙ୍କୁ ଛୁରୀ ଦେଖାଇ ଲୁଟିନେଲା ନାତି

NEWS7
loot

ଭଦ୍ରକ ୨୬/୦୯: ସମ୍ପର୍କରେ ଲାଗିଲା ଚୋରି ଦାଗ । ନାତି ସାଜିଲା ବଇରୀ । ଜେଜେ ମାଆକୁ ଛୁରୀ ଦେଖାଇ ଲୁଟିନେଲା ସମ୍ପର୍କୀୟ ନାତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବିଜେ ଗଙ୍ଗାଧରପୁର ଗାଁରୁ ନଜର ଆସିଛି ଏପରି ଘଟଣା । ଅଭିଯୋଗ ଆଧାରରେ ଗ୍ରାମାଞ୍ଚଳ ଥାନା ଅଧୀନ ଦରଡା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 


ସୂଚନା ଥାଉକି, ଘରେ ଏକା ଥିଲେ ଜେଜେ ମାଆ ସ୍ମିତା ରାଣୀ ମହାରଣା । ଆଉ ପୁଅ ବୋହୁ ନଥିବା ସୁଯୋଗ ନେଇ ଘର ନିକଟ ସମ୍ପର୍କୀୟ ନାତି ଘରକୁ ଆସିଥିଲେ । ହଠାତ୍ ଆସି ଘର ଭିତରୁ କବାଟ ଦେଇଥିଲା ସେ । ଏମିତିକି ବେକରେ ଛୁରୀ ବେକରେ ଲଗାଇ ଲୁଟି ନେଲା ସମ୍ପର୍କୀୟ ନାତି । ପରେ ଘରେ ଥିବା ଏକ ସୁନା ଚେନ୍ ସହ ଟଙ୍କା ଲୁଟି ନେଇଥିଲେ । ସେପଟେ ଜେଜେ ମାଆଙ୍କ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ଛାନ୍‌ଭିନ୍ ।