ନୂଆଦିଲ୍ଲୀ : ୫୮ ବର୍ଷୀୟା ଜଣେ ମହିଳା ନିଜ ମୁହଁରୁ ରିଙ୍କଲ୍ସ ( କୁଞ୍ଚନ)ହଟେଇବାକୁ ନେଇ ଚିକିତ୍ସାରେ ନିଜ ସଞ୍ଚୟକୁ ସାରି ଦେଇଛନ୍ତି। ଏହି ଟଙ୍କାରେ ତାଙ୍କର ନାତିର ଟ୍ୟୁସନ ଫି’ ମଧ୍ୟ ସାମିଲ ଅଛି। କୁହାଯାଉଛି ଯେ, ତାଙ୍କ ଘରର ପରିସରରେ ଥିବା ଏକ ଥେରାପି ସେଣ୍ଟରର ମାଲିକ ତାଙ୍କୁ ନିକଟସ୍ଥ ଏକ ପ୍ଲାଷ୍ଟିକ ସର୍ଜରୀ କ୍ଲିନିକ୍ରେ ଭର୍ତ୍ତି କରାଇ ଥିଲେ। ସେ ଏହା ଭାବି ଚିକିତ୍ସା କରାଇ ଥିଲେ ଯେ , ଏଥିରେ ତାଙ୍କ ସ୍ୱାମୀ ତାଙ୍କୁ ଆଉ ଠକିବେ ନାହିଁ। ଏଥିପଆଇଁ ସଂପୃକ୍ତି ମହିଳାଙ୍କୁ ୮,୬୦୦ ଡଲାର( ପାଖାପାଖି ୭.୫ ଲକ୍ଷ ଟଙ୍କା)ର କ୍ଷତି ସହିବାକୁ ପଡ଼ିଛି।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ (ଏସସିଏମପି)ର ରିପୋର୍ଟ ଅନୁସାରେ , ଯେତେବେଳେ କୁଇ ଉପନାମ ଥିବା ମହିଳା ଜଣଙ୍କ ପ୍ଲାଷ୍ଟକ୍ ସର୍ଜରୀ କ୍ଲିନିକକୁ ଯାଇଥିଲେ, ତ ସର୍ଜନ ତାଙ୍କୁ କହିଥିଲେ ଯେ, ତାଙ୍କର ଚେହେରାରେ ବହୁତ ଅଧିକ ରିଙ୍କଲ୍ସ ଅଛି ଏବଂ ଏହା ତାଙ୍କ ପାଇଁ ଦୁର୍ଭାଗ୍ୟ ମଧ୍ୟ ନେଇ ଆସିବ।
ଡାକ୍ତର ତାଙ୍କୁ ଏହା ମଧ୍ୟ ବିଶ୍ୱାସ ଦେଇଛନ୍ତି ଯେ, ତାଙ୍କର ଆଖିର ଆଖପାଖରେ ଥିବା ରିଙ୍କଲ୍ସ ଏହି କଥାର ସଙ୍କେତ ଯେ, ତାଙ୍କର ସ୍ୱାମୀ ତାଙ୍କୁ ଠକୁଛନ୍ତି। କୁହାଯାଉଛି ଯେ, ସର୍ଜନ ମହିଳାଙ୍କୁ ଏହା ବିଶ୍ୱାସ ଜନ୍ମାଇ ଥିଲେ ଯେ , ତାଙ୍କୁ ତାଙ୍କର ସ୍ୱାମୀଙ୍କ ସୌଭାଗ୍ୟ ପାଇଁ ତାଙ୍କୁ ହଟେଇବାକୁ ହେବ। ତାଙ୍କୁ ଏହା ମଧ୍ୟ ଭରସା ଦେଇଥିଲେ ଯେ ମୁହଁରୁ ଏହି ରିଙ୍କଲ୍ ହଟେଇବା ଦ୍ୱାରା ତାଙ୍କ ପିଲାଙ୍କ ପାଇଁ ସୌଭାଗ୍ୟ ପ୍ରାପ୍ତ ହେବ।
ଆଉଟଲେଟ୍ର ରିପୋର୍ଟ ଅନୁସାରେ, ସେ ତୁରନ୍ତ ଅନ୍ଲାଇନ୍ ପେମେଣ୍ଟ ଦେଇଥିଲେ, ଏହା ପରେ କ୍ଲିନିକ୍ର କର୍ମଚାରୀ ତାଙ୍କ ଫୋନ୍ ନେଇ ଯାଇଥିଲେ। ସେ ଏହା ଅନୁତାପ କରି ଭାବିବା ପୂର୍ବରୁ ସେ କ୍ଲିନିକ୍କୁ ଏକ ବଡ଼ ଆମାଉଣ୍ଟ ଦେଇ ସାରିଥିଲେ।
ମହିଳାଙ୍କର ଝିଅଙ୍କୁ ଏହି ଘଟଣା ବିଷୟରେ ସେତେବେଳେ ଜଣାପଡ଼ିଲା, ଯେତେବେଳେ ଏହି ମହିଳା ଜଣଙ୍କ କ୍ଲିନିକ୍ରେ ଚିକିତ୍ସା ପରେ ମୁଣ୍ଡବ୍ୟଥା ଓ ବାନ୍ତି ଅନୁଭବ ହୋଇଥିଲା। ସେ ନିଜ ମୁହଁ ମଧ୍ୟ ଖୋଲି ପାରୁ ନଥିଲେ।
ଜଣାପଡ଼ିଲା ଯେ, ମହିଳାଙ୍କୁ ହାଇଲୁରୋନିକ୍ ଏସିଡ୍ ଫିଲରର ଇଜେକ୍ସନ ଲଗାଯାଇ ଥିଲା। ଏସସିଏମପି କହିଛି ଯେ, ମେଡିକାଲ କାଗଜପତ୍ର ଅନୁସାରେ, ତାଙ୍କୁ ଥରକରେ ୧୦ଟି ପ୍ରକ୍ରିୟା କରାଇବାକୁ ପଡ଼ିଲା। ପରେ ମହିଳାଙ୍କ ଝିଅ ଟଙ୍କା ଫେରସ୍ତ ପାଇବା ନେଇ ଦାବି କରିଥିଲେ ଏବଂ କହିଥିଲେ ଯେ, କ୍ଲିନିକ୍ ତାଙ୍କ ମାଆଙ୍କ ସହ ଠକିଛି। ହେଲେ ,ସେ ମନ କରିଦେଇଥିଲେ ଏବଂ ମହିଳାଙ୍କ ଝିଅଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ।
୨୦୧୯ରୁ, ଚୀନ୍କୁ ଚିକିତ୍ସା ଉଦ୍ୟୋଗରେ ମିଛ ବିଜ୍ଞାପନ ଓ ଅନୁଚିତ ଶୁଳ୍କ ଗୁଡ଼ିକୁ ରୋକିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ୁଛି। ସାତୋଟି ହସ୍ପିଟାଲ ଉପରେ ଜୋରିମନା ଲଗାଯାଇଛି ଏବଂ ସେମାନଙ୍କର ବ୍ୟବସାୟକୁ ବାତିଲ କରିବାରକୁ ଆଦେଶ ମଧ୍ୟ ଦିଆଯାଇଛି।