LIVE TV

୩୦ ବର୍ଷ ସାନ ହିରୋଇନଙ୍କ ପ୍ରେମରେ ଗୋବିନ୍ଦା, ସୁନୀତା କହିଲେ ଅସଲ ସତ

NEWS7
govinda

ମୁମ୍ୱାଇ ୩୦/୦୯: ଗୋବିନ୍ଦା-ସୁନୀତାଙ୍କ ଯୋଡି ବି-ଟାଉନର ଫେଭରିଟ୍ । ବଲିଉଡ୍‌ରେ ପ୍ରାୟ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ତାଙ୍କ ବିବାହକୁ ନେଇ ଶୁଣିବାକୁ ମିଳେ ଅନେକ ଗୁଜବ । ତାଙ୍କ ଛାଡ଼ପତ୍ର ଖବର ବି ଶୁଣିବାକୁ ମିଳେ । ଶୁଣିବାକୁ ମିଳୁଥିଲା କି, ସେମାନେ ଅଲଗା ହେବାକୁ ଯାଉଛନ୍ତି । ମାସ ମାସ ଧରି ଚର୍ଚ୍ଚା ଚାଲିଛି ।

ତଥାପି ଗତି କିଛି ଦିନ ତଳେ ନିଜେ ଏହି ଗୁଜବରେ ପୂର୍ଣ୍ଣଛେଦ ଟାଣିଥିଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା । କହିଥିଲେ ଆମ ଭିତରେ ସବୁ କିଛି ଠିକ୍ ଠାକ୍ ଟାଲିଛି । ଆମେ ଦୁହିଁଙ୍କୁ ଅଲଗା କରିବା ମୁସ୍କିଲ୍ । ଗଣେଷ ଉତ୍ସବରେ ଉଭୟ ଚର୍ଚ୍ଚାରେ ଲଗାିଥିଲେ ବିରାମ । ସୁନୀତା ନିଜର ଲାଟେଷ୍ଟ ବ୍ଲଗ୍‌ରେ ଗୋବିନ୍ଦା ମରାଠୀ ଅଭିନେତ୍ରୀଙ୍କ ସହ ସଂପର୍କକୁ ନେଇ ରିଆକ୍ଟ କରିଛନ୍ତି ।

ଖବର ଥିଲା କି, ନିଜଠାରୁ କମ୍ ବୟସର ମରାଠି ଅଭିନେତ୍ରୀଙ୍କ ସହ ଆଫେୟାରରେ ଅଛନ୍ତି । ତେବେ ସେହି ଅଭିନେତ୍ରୀ କିଏ ସେ ନେଇ ଖୁଲାସା ହୋଇନି । ତେବେ ସୁନୀତା ଏ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ଏବେ କିଛି ଅଭିନେତ୍ରୀ ଇଣ୍ଡଷ୍ଟ୍ରୀରେ ଷ୍ଟ୍ରଗଲ କରୁଛନ୍ତି । ଏହି ସବୁ ଝିଅମାନଙ୍କୁ ସୁଗାର ଡାଡିମାନଙ୍କର ଅଭ୍ୟାସ ପଡିଗଲାଣି ।

କିଛି ଝିଅ ଭାବନ୍ତି କି, ଏମିତି କଲେ ତାଙ୍କର ଘର ଚଳିଯିବ । ପକେଟ ମନି ମିଳିଯିବ । ଯେତେବେଳେ ମୁଁ ତାଙ୍କୁ ଧରିବାକୁ ଚେଷ୍ଟା କରେ, ସେତେବେଳକୁ ଯାହା ହେବ ଆପଣ ଜାଣିଯିବେ । ମୋ ପାଖେ ବି  ସନି ଦେଓଲଙ୍କ ଭଳି ହାତ ଅଛି । ମାନେ ଢାଇ କିଲୋ ନୁହେଁ ୫ କିଲୋର ହାତ ଅଛି । ସୁନୀତା କହିଛନ୍ତି ଯେ, ଗୋବିନ୍ଦାଙ୍କ ଆଫେୟାର୍ସ ବିଷୟରେ ପିଲାମାନେ ବି ପଚାରିଲେଣି ।