ସୁନାମୀ ଆଲର୍ଟ, ୬.୨ର ଭୂକମ୍ପ ଝଟ୍‌କା ପରେ ପୁରା ଦେଶକୁ ସତର୍କ କଲେ ସରକାର !

NEWS7
goods-train-hits-and-drags-ambulance-in-odisha

ଟୋକିଓ ୦୬।୦୧ : ସୁନାମୀର ଆଲର୍ଟ । ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ପରେ ସୁନାମୀର ଆଲର୍ଟ କରାଯାଇଛି । ୬.୨ ତିବ୍ରତାର ଭୂକମ୍ପ ଝଟ୍‌କା ପରେ ଜାପାନର କିଛି ଅଞ୍ଚଳକୁ ସୁନାମୀର ଆଲର୍ଟ ଜାରି କରାଯାଇଛି । ଭୂକମ୍ପ ଝଟ୍‌କା ପରେ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଯାଏଁ କ୍ଷୟକ୍ଷତିର ସୂଚନା ନାହିଁ। କିନ୍ତୁ ପୁରା ଆଲର୍ଟ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । 

ଖବର ଅନୁଯାୟୀ, ଜାପାନର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଚୁଗୋକୁ (Chūgoku)ରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଥିବାର ନଜର ଆସିଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୨ ରେକର୍ଡ କରାଯାଇଛି