LIVE TV

ପୁଣି ଲାଲ ହେଲା ଟମାଟର! ୮୦ ଟଙ୍କାକୁ ପହଞ୍ଚିଲା କେଜି ପିଛା ଦର

NEWS7
golden-crops-of-the-farmers-are-getting-soaked-in-the-rain

ନୂଆଦିଲ୍ଲୀ ୨୦।୧୧: ସାରା ଦେଶରେ ଟମାଟର ଦର ଅଚାନକ ବଢିବା ଆରମ୍ଭ କରିଛି। ମାତ୍ର ୧୦ରୁ ୧୫ ଦିନରେ ଟମାଟର ଦରରେ ୫୦% ପର୍ଯ୍ୟନ୍ତ ବୃଦ୍ଧି ହେଲାଣି। ଏଣୁ ରାଜଧାନୀ ଦିଲ୍ଲୀର ଭିଆଇପି ଅଞ୍ଚଳରେ ଉତ୍ତମ ମାନର ଟମାଟର କେଜି ପିଛା ଦର ୧୦୦ ଟଙ୍କାକୁ ପହଞ୍ଚିଛି। ଫଳରେ ଲୋକଙ୍କ ରୋଷେଇ ଘରର ବଜେଟ୍ ପୁଣି ବିଗଡିଛି। ଏଥିରେ ପ୍ରଶ୍ନ ଉଠୁଛି ଦେଶରେ ନୂଆ ନୂଆ ଶୀତ ପଡିଛି, ଟମାଟରର ଆମଦାନୀ ସମୟରେ ଦର ବୃଦ୍ଧି କିପରି ହେଉଛି?

ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଗତ ୧ ମାସ ହେଲା ଟମାଟରର ଖୁଚୁରା ଦର କେଜି ପିଛା ୨୫ରୁ ୧୦୦% ପର୍ଯ୍ୟନ୍ତ ବଢିଲାଣି। ସର୍ବ ଭରାତୀୟ ଆଭରେଜ ରିଟେଲ ପ୍ରାଇସ୍ କେଜି ପିଛା ୩୬ ଟଙ୍କାରୁ ବଢି ୪୬ ଟଙ୍କାକୁ ପହଞ୍ଚି ଯାଇଛି, ଅର୍ଥାତ ଟମାଟୋ କେଜି ପିଛା ଦରରେ ୨୭% ଅଭିବୃଦ୍ଧି ହୋଇଛି। ତେବେ ଚଣ୍ଡିଗଡ଼ର ଟମାଟର ସର୍ବାଧିକ ଦରରେ ବିକ୍ରି ହେଉଥିବା ଜଣାପଡିଛି। ଏଠାରେ କେଜି ପିଛା ଟମାଟର ଦର ୧୧୨% ବୃଦ୍ଧି ହୋଇଛି। ହେଲେ ଆନ୍ଧ୍ରପ୍ରଦେଶ, ହିମାଚଳ ଓ କର୍ଣ୍ଣାଟକରେ ମାସରେ ଟମାଟର ଦରରେ ପାଖାପାଖି ୪୦% ବୃଦ୍ଧି ହୋଇଥିବା ଜଣାପଡିଛି।

ଟମାଟର ଦର ଏପରି ବଢିବା ପଛରେ ସବୁଠୁ ବଡ଼ କାରଣ ଯାହା ତାହା ହେଉଛି ଅଦିନିଆ ବର୍ଷା। ଗତ ଅକ୍ଟୋବର ମାସରେ ହୋଇଥିବା ବର୍ଷାରେ ଟମାଟୋର ଫସଲର ବ୍ୟାପକ କ୍ଷତି ହୋଇଥିଲା। ଏଣୁ ଦେଶକୁ ଟମାଟର ଯୋଗାଣ ଅଚାନକ ପ୍ରଭାବିତ ହୋଇଥିଲା। ଟମାଟର ଯୋଗାଣରେ ମହାରାଷ୍ଟ୍ର ଅନ୍ୟତମ ଏଠାରେ ପାଇକାରୀ ମୂଲ୍ୟ ଗତ ମାସ ତୁଳନାରେ ୪୫% ବୃଦ୍ଧି ହୋଇଛି। ଏଥିରେ ଉତ୍ତର ଭାରତରେ ଟମାଟରର ମୁଖ୍ୟ ବିତରଣ କେନ୍ଦ୍ର ହେଉଛି ଦିଲ୍ଲୀ। ଏଠାରେ ମାସରେ ଟମାଟର ଦରରେ ୨୭% ବୃଦ୍ଧି ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଟମାଟୋ ବୋଝେଇ ନେଇ ଆସୁଥିବା ଟ୍ରକ୍ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଏସିଆର ସବୁଠୁ ବଡ଼ ପରିବା ବଜାର ଆଜାଦପୁର ମଣ୍ଡିର ଟମାଟର ଟ୍ରେଡର ଆସୋସିଏସନର ଅଧ୍ୟକ୍ଷ ଅଶୋକ କୌସିକ କହିଛନ୍ତି ଯେ ଅକ୍ଟୋବର ମାସରେ ଅଧିକ ବର୍ଷା ଯୋଗୁ ଟମାଟର ଫସଲ ଗୁରୁତର ପ୍ରଭାବିତ ହୋଇଛି। ଏଣୁ ଯୋଗାଣ ମଧ୍ୟ କମିଛି। ଦେଶରେ ଏବେ ବିବାହ ଋତୁ, ବାହାଘର ଭୋଜି ଓ ଆଗକୁ ନୂଆ ବର୍ଷ କାରଣରୁ ଖାଇବା ପିଇବା ଏବେ ଦେଶରେ ଜମୁଛି। ଏଣୁ ଚାହିଦା ବଢୁଥିବା ବେଳେ ଯୋଗାଣ ସେହି ଅନୁସାରେ ପହଞ୍ଚି ପାରୁ ନାହିଁ। ଏଣୁ ଟମାଟର ସହିତ ଅନେକ ସବୁଜ ପନିପରିବା ଦର ମଧ୍ୟ ବଢିଯାଇଛି।