ନୂଆଦିଲ୍ଲୀ ୧୭।୦୮; ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ନିଜ ଜନ୍ମଭୂମିକୁ ଫେରିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କ ବିମାନ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଅବତରଣ କରିଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ଇସ୍ରୋ ବୈଜ୍ଞାନିକ, ଛାତ୍ରଙ୍କ ଏକ ଟିମ୍ ଏବଂ ବହୁ ସଂଖ୍ୟକ ଲୋକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଶୁଭାଂଶୁଙ୍କ ପତ୍ନୀ କାମନା ଶୁକ୍ଲା ଏବଂ ପୁଅ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।
#WATCH | Delhi: Group Captain Shubhanshu Shukla arrives back in India. He is welcomed by Union MoS for Science & Technology, Dr Jitendra Singh and Delhi CM Rekha Gupta, in the presence of his wife, Kamna Shukla, and their son. Visuals from inside the airport.
— ANI (@ANI) August 16, 2025
He was the pilot… pic.twitter.com/EwWYT3EnWw
ଶୁଭାଂଶୁ ପହଞ୍ଚିବା ମାତ୍ରେ ମୁଖ୍ୟମନ୍ତ୍ରୀ ରେଖା ଏବଂ ମନ୍ତ୍ରୀ ଜିତେନ୍ଦ୍ର ତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ଭାରତ ମାତା କି ଜୟ ନାରା ଦେଇ କରତାଳି ମାରିଥିଲେ। ବିମାନବନ୍ଦର ବାହାର ପରିବେଶ ମଧ୍ୟ ବହୁତ ଉତ୍ସାହଜନକ ଥିଲା। ଲୋକମାନେ ହାତରେ ତ୍ରିରଙ୍ଗା ଧରି ଶୁଭାଂଶୁଙ୍କୁ ୱେଲକମ୍ କରିଥିଲେ। ଶୁଭାଂଶୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ତାଙ୍କ ଜନ୍ମସ୍ଥାନ ଲକ୍ଷ୍ନୌ ଯିବେ। ସେ ୨୨-୨୩ ଅଗଷ୍ଟରେ ଜାତୀୟ ମହାକାଶ ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
Union MoS for Science and Technology Jitendra Singh tweets, "A moment of pride for India! A moment of glory for ISRO! A moment of gratitude to the dispensation that facilitated this under the leadership of PM Narendra Modi. India’s Space glory touches the Indian soil… as the… pic.twitter.com/ZmfZyygKsc
— ANI (@ANI) August 16, 2025
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଲେଖିଛନ୍ତି, 'ଗଗନଯାନ ମିଶନର ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆଜି ସକାଳେ ଦିଲ୍ଲୀରେ ପହଞ୍ଚିବା ପରେ ଏହା ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା। ଏହି ଆଗମନ ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଉପଲବ୍ଧି ଏବଂ ଦେଶର ମହାକାଶ ଯାତ୍ରାରେ ନୂତନ ମାଇଲଖୁଣ୍ଟକୁ ପ୍ରତିଫଳିତ କରିଛି।'