ମୁହଁରେ ମୁଖା ଓ ରୁମାଲ ବାନ୍ଧି ଗାଁରେ ପସିଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍

Published By : Prameya-News7 Bureau | May 03, 2025 IST

ଜଗତସିଂହପୁର ୩ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁରେ ଲୁଟ୍ । ବିଳମ୍ବିତ ରାତିରେ ବନ୍ଧୁକ ଓ ଭୁଜାଲି ଦେଖାଇବା ସହ ପରିବାର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ୱିତ ରାତିରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁକୁ ୫ ଜଣ ଦୁର୍ବୃତ୍ତ ଆସିଥିଲେ । ଦୁର୍ବୃତ୍ତ ମାନେ ଘର ପଛପଟ କବାଟ ଭାଙ୍ଗି ଭିତରେ ପଶିବା ସହ ଘର ଲୋକ ମାନଙ୍କୁ ବନ୍ଧୁକ ଓ ଭୁଜାଲ ଦେଖାଇ ଭୟଭୀତ କରିଥିଲେ । ପରେ ସମସ୍ତଙ୍କୁ ବାନ୍ଧି ପକାଇ ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ଦଣ୍ଡିଲୋ ଗାଁର ସୁକାନ୍ତ ମହାରଣା ଓ ତାଙ୍କ ଘରେ ଭଡା ଥିବା ଝରଣା ରାୟ ଓ ଅନ୍ୟ ଜଣେ ମହିଳାଙ୍କ ଘରୁ ଲୁଟି ନେଇଥିବାର ଅଭିଯୋଗ ହୋଇଛି । 


ଦୁର୍ବୃତ୍ତ ମାନେ ମୁହଁରେ ମୁଖା ଓ ରୁମାଲ ବାନ୍ଧି ଆସିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଝରଣା ରାୟଙ୍କ ପୁଅ ପ୍ରିୟରଞ୍ଜନ ରାୟ ଆହତ ହୋଇ ବିରିଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏ ବାବଦରେ ବିରିଡି ଥାନାରେ ଏତଲା ହୋଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା ।

You Can Read:

ମହାପ୍ରଭୁଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ : ଆଇନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.