ନୂଆଦିଲ୍ଲୀ: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ୍ ମାରିଲା ସୁନା ଦର । ୨୪ କ୍ୟାରେଟ୍ ସୁନାଦର ଏକାଥରକେ ୧୩ ହଜାର ୯୧୦ ଟଙ୍କା ବୃଦ୍ଧି । ୨୪ କ୍ୟାରେଟ୍ ସୁନାଦର ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୨ ହଜାର ୭୫୦ ଟଙ୍କା ବୃଦ୍ଧି ପାଇଛି।

୨୨ କ୍ୟାରେଟ୍ ସୁନା ଦର ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା ହୋଇଛି । ସେହିପରି ଆଜି ରୁପା କିଲୋ ପିଛା ୨ ଲକ୍ଷ ୮୬ ହଜାର ଟଙ୍କା ହୋଇଛି। ତେବେ ସୁନା ଆମଦାନୀ କମାଇବାକୁ ସୁନା ରୁପା ଆମଦାନୀ ଶୁଳ୍କ ବଢାଇଛନ୍ତି କେନ୍ଦ୍ର ସରକାର।

ଆମଦାନୀ ଶୁଳ୍କ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୁନା ଆମଦାନୀ ଉପରେ କୃଷି ଭିତ୍ତିକ ସେସ୍ ୫ ପ୍ରତିଶତ ବୃଦ୍ଧି ପାଇଛି। ଆଜିଠୁ ନୂଆ ଆମଦାନୀ ଶୁଳ୍କ ଲାଗୁ ହୋଇଛନି। ଏନେଇ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ହ୍ରାସ ପାଇଁ ଏ ପଦକ୍ଷେପ ନିଆଯାଇଛି। ଦୁଇ ଦିନ ପୂର୍ବରୁ ସୁନା ନକିଣିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

​​​​​​​

also read- ସୁନା-ରୁପା ପ୍ରେମୀଙ୍କୁ ଶକ୍ତ ଝଟକା, ଆମଦାନୀ ଶୁଳ୍କ ୧୫%କୁ ବୃଦ୍ଧି କଲେ ସରକାର, ବଢ଼ିବ ଦର

ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ବ୍ୟବହାରକାରୀ ଦେଶ। ରଏଟର୍ସର ରିପୋର୍ଟ ଅନୁଯାୟୀ, ସରକାର ସୁନା ଓ ରୁପା ଆମଦାନୀ ଉପରେ ୧୦ ପ୍ରତିଶତ ମୂଳ ସୀମା ଶୁଳ୍କ (Basic Customs Duty) ଏବଂ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ସେସ୍ (AIDC) ଲଗାଇଛନ୍ତି। ଫଳରେ ମୋଟ ଆମଦାନୀ ଶୁଳ୍କ ୧୫ ପ୍ରତିଶତରେ ପହଞ୍ଚିଛି। ଚାଲୁଖାତା ନିଅଣ୍ଟ (CAD) କୁ ନିୟନ୍ତ୍ରଣ କରିବା ଏବଂ ଟଙ୍କାର ମୂଲ୍ୟକୁ ସ୍ଥିର ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।