ଜୁଆ ଆଡ୍ଡାରେ ଚଢାଉ କରିଥିଲା ପୋଲିସ, ଛେଳିକୁ ଛାଡି ଫେରାର୍ ଜୁଆଡି

Published By : Prameya-News7 Bureau | June 06, 2025 IST

ମାଲକାନଗିରି ୦୬/୦୬: ଥାନାରେ ବନ୍ଧା ପଡ଼ିଛି ଛେଳି । ପୋଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୋଲିସ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଚଢ଼ାଉ କରିଥିଲା ମାଲାକନଗିରି ପୋଲିସ । 

ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିବାବେଳେ ପୋଲିସକୁ ଦେଖି ଲୋକେ ଦୌଡ଼ି ପଳାଇଥିଲେ । ତେବେ ରୋଚକ କଥା ହେଉଛି ଛେଳିକୁ ବାଜିରେ ଲଗାଯାଇଥିବା ବେଳେ ଛେଳିଟିକୁ ଜବତ କରି ପୋଲିସ ଥାନାକୁ ଆଣିଛି । ଏଥିସହ ଜୁଆ ଆଡ୍ଡାରୁ ପ୍ରାୟ ୭ଟି ମୋଟର ସାଇକଲ, ଜେନେରେଟର, ମାଇକ୍ ସେଟ୍ ଆଦି ଜବତ କରିଛି ମାଲକାନଗିରି ପୋଲିସ । 

ସୂଚନା ଥାଉକି, କୁକୁଡା ଗାଲିରେ ଚାଲିଥିଲା ଜୁଆ ଖେଳ । ଖବର ପାଇ ଚଢାଉ କଲା ପୋଲିସ ହେଲେ ଜୁଆଡି ମାନେ ଦୌଡି ପଳାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି ଗୋଟିଏ ଛେଳି କିଛି ମୋଟର ସାଇକେଲ । ମାଲକାନଗିରି ଜିଲ୍ଲାରେ ଘଟିଛି ଏମିତି ଏକ ବିଚିତ୍ର ଘଟଣା । ମାଲକାନଗିରି ଆଦର୍ଶ ଥାନା ପୋଲିସ ଛେଳିକୁ ଏବେ ଥାନାରେ ଅଟକ ରଖିଛି ମାଲିକ କୁ ଧରିବା ପାଇଁ । ଗୌଡଗୁଡା ନିକଟରେ ଆଜି କୁକୁଡା ଗାଲି ଓ ଜୁଆ ଖେଳ ଚାଲିଥିବା ବେଳେ ମାଲକାନଗିରି ପୋଲିସ ପକ୍ଷରୁ ଚଢାଉ କରି ଗୋଟିଏ ଛେଳିକୁ ଅଟକ ରଖିବା ସହ ଅନେକ ସାମଗ୍ରୀ ଜବତ କରାଯାଇଛି । 

କୁକୁଡା ଲଢେଇରେ ଜିତିଥିବା ବ୍ୟକ୍ତିଙ୍କୁ ଛେଳି ପୁରସ୍କାର ଦିଆଯିବା ଲାଗି ସେଠାରେ ଏକ ଛେଳି ରଖାଯାଇଥିଲା । ତେବେ ଏହି ଜୁଆ ଖେଳ ଚାଲିଥିବା ବେଳେ ଖବର ପାଇ ମାଲକାନଗିରି ଏସଡିପିଓଙ୍କ ନେତୃତ୍ଵରେ ଏକ ଟିମ ସେଠାରେ ଚଢାଉ କରିଥିଲେ । ପୋଲିସକୁ ଦେଖି ସମସ୍ତେ ସେଠାରୁ ଦଉଡି ପଳାଇଥିଲେ । ଛେଳିଟିକୁ ମାଲକାନଗିରି ଥାନାରେ ବାନ୍ଧି ରଖାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.