LIVE TV

ପାକିସ୍ତାନରେ ବଡ଼ ଧରଣର ବିସ୍ପୋରଣ: ଏକାଧିକ ମୃତ, ଭୁଶୁଡ଼ିଲା କୋଠା

NEWS7
girl-killed-by-kin-for-love-affairs-in-niali-village

ନୂଆଦିଲ୍ଲୀ ୨୧/୧୧: ପାକିସ୍ତାନରେ ବଡ଼ ଧରଣର ବିସ୍ପୋରଣ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନ ପଞ୍ଜାବ ପ୍ରଦେଶର ଫୈସଲାବାଦରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ବିସ୍ଫୋରଣ ଫଳରେ କୋଠା ଭୁଶୁଡ଼ି ପଡ଼ିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ଗ୍ୟାସ୍ ଲିକ୍ ଯୋଗୁ ବିସ୍ଫୋରଣ ହୋଇଛି । ଗ୍ୟାସ୍ ଲିକ୍ ଯୋଗୁଁ ଗୋଟିଏ କାରଖାନାରେ ନିଆଁ ଲାଗି ଅନ୍ୟ କାରଖାନାଗୁଡ଼ିକୁ ବ୍ୟାପିଥିଲା ବୋଲି କୁହାଯାଉଛି ।

ଶୁକ୍ରବାର ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶର ଫୈସଲାବାଦ ଜିଲ୍ଲାର ମାଲିକପୁରରେ ବଡ଼ ଦୁର୍ଘଟଣା ଘଟିଥିଲା । ଯେଉଁଠାରେ ଭୋରରୁ ରାସାୟନିକ କାରଖାନାରେ ଏଲର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଚାରିଆଡେ ନିଆଁ ଲାଗାଯାଇଥିଲା । ଏହାସହ ନିକଟବର୍ତ୍ତୀ କୋଠାଗୁଡ଼ିକ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିଲେ।

ଫୈସବାଦର ଡେପୁଟି କମିଶନର ରାଜା ଜାହାଙ୍ଗୀର ଅନୱର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଭଗ୍ନାବଶେଷରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ସାତ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ହଟାଇବାରେ ନିୟୋଜିତ ଅଛନ୍ତି।