ଗିଲ୍-ଜୟସ୍ଵାଲ-ସୁଦର୍ଶନ ରହିବେ ବାହାରେ, ଆୟରଙ୍କୁ ବି ମିଳିବନି ସ୍ଥାନ ? ଦେଖନ୍ତୁ ଏସିଆ କପ୍‌ର ସମ୍ଭାବିତ ଦଳ

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ: ପ୍ରତିଦିନ ୨୦୨୫ ଏସିଆ କପ୍‌କୁ ନେଇ ଭାରତୀୟ ଦଳ ଚୟନକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏବେ ଏହାକୁ ନେଇ ଏକ ସଦ୍ୟତମ ଖବର ଆସିଛି। କୁହାଯାଉଛି ଯେ ଶୁଭମନ ଗିଲ୍, ଯଶସ୍ୱୀ ଜୟସୱାଲ, ସାଇ ସୁଦର୍ଶନ ଏବଂ ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରେ ସ୍ଥାନ ମିଳିବ ନାହିଁ। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। 

ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ ରେ ଖେଳାଯିବ। ଏଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। ଟିମ୍ ଇଣ୍ଡିଆ ଏସିଆ କପରେ ନିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୦ରେ ଖେଳିବ। ୨୦୨୫ ଏସିଆ କପ୍ ୟୁଏଇର ଆବୁଧାବି ଏବଂ ଦୁବାଇରେ ଆୟୋଜିତ ହେବ। ବିସିସିଆଇ ଏ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରିନାହିଁ।

Also read: ଜୀବନ ଯୁଦ୍ଧରେ ହାରିଗଲେ ଜୟ ଜାନି, ଧୋନିଙ୍କ ପାଦ ଛୁଇଁ ଚର୍ଚ୍ଚାରେ ଥିଲେ

ସଦ୍ୟତମ ରିପୋର୍ଟରେ ଅନୁଯାୟୀ, ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟି-୨୦ ଦଳରେ ଅଧିକ ପରିବର୍ତ୍ତନ କରିବାକୁ ଚାହାଁନ୍ତି ନାହିଁ। କୁହାଯାଉଛି ଯେ ଉଭୟ ଏହି ଫର୍ମାଟରେ ଖେଳୁଥିବା ଦଳ ସପକ୍ଷରେ ଅଛନ୍ତି। ଏପରି ପରିସ୍ଥିତିରେ, ଶୁଭମନ ଗିଲ, ଯଶସ୍ୱୀ ଜୟସୱାଲ, ସାଇ ସୁଦର୍ଶନ ଏବଂ ଶ୍ରେୟସ ଆୟର ଟି-୨୦ ଦଳକୁ ଫେରିପାରିବେ ନାହିଁ। ଏହି ଚାରିଜଣ ଆଇପିଏଲ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଏହି ଖେଳାଳିମାନଙ୍କୁ ମିଳିବ ସୁଯୋଗ

ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କୁ ଏସିଆ କପରେ ଓପନିଂ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି। ୨୦୨୪ ଜୁଲାଇ ପରଠାରୁ, ସାମସନ ଭାରତ ପାଇଁ ଟି-୨୦ରେ ସର୍ବାଧିକ ରନ କରିଛନ୍ତି। ଏଥିରେ ଦକ୍ଷିଣ ଆଫ୍ରିକାରେ ହାସଲ କରିଥିବା ତିନୋଟି ଶତକ ସାମିଲ। ବର୍ତ୍ତମାନ, ଅଭିଷେକ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ। ତିଲକ ବର୍ମାଙ୍କ ତୃତୀୟ ନମ୍ବରରେ ଖେଳିବା ନିଶ୍ଚିତ ଲାଗୁଛି।

ମଧ୍ୟକ୍ରମରେ, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଶିବମ ଦୁବେ ଏବଂ ଜିତେଶ ଶର୍ମା ଭଳି ଖେଳାଳିଙ୍କୁ ଦଳ ଖେଳାଇପାରେ। ସ୍ପିନ୍ ବିଭାଗରେ ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ଦ୍ରୁତ ବୋଲିଂ ବିଭାଗରେ ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଯଶପ୍ରୀତ ବୁମରାଙ୍କୁ ସୁଯୋଗ ମିଳିପାରେ। 

ଏସିଆ କପ୍ ପାଇଁ ଭାରତର ସମ୍ଭାବିତ ୧୫ ଜଣିଆ ଦଳ

ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ (ଉପ-ଅଧିନାୟକ) ତିଲକ ଭର୍ମା, ଜିତେଶ ଶର୍ମା (ୱିକେଟ୍ ରକ୍ଷକ) ସିଂ, ହର୍ଷିତ ରାଣା ଏବଂ ଯଶପ୍ରୀତ ବୁମରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.