LIVE TV
LIVE TV

ନଭେମ୍ବର ୩୦ରୁ ଆଇକନିକ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ, ଭାଗନେବେ ୪୦୦ରୁ ଅଧିକ ଖେଳାଳି

NEWS7
george-tirky-joined-congress-and-narashinha-mishra-participated-in-election

ଭୁବନେଶ୍ୱର, ୨୮/୧୧: ଆଇକନିକ୍ ସ୍ପୋର୍ଟ୍ସ ଫେଡେରେସନ୍ ଆନୁକୂଲ୍ୟରେ ଏବଂ ଇଣ୍ଡିଆନ ଗେଟ୍ ବଲର ମିଳିତ ସହଯୋଗରେ ଆଇକନିକ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ (IIIOGT) ୨୦୨୫ ହେବାକୁ ଯାଉଛି । ଆଇକନିକ୍ ସ୍ପୋର୍ଟ୍ସ ଫେଡେରେସନ୍ (ISF), ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍ (IGU) ମିଳିତ ଭାବରେ, ଆସନ୍ତା ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଶ୍ୱସ୍ତରୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଆଇକନିକ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ନାମେଣ୍ଟ (IIIOGT) ୨୦୨୫ର ଘୋଷଣା କରିଛନ୍ତି।

ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଜାପାନ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ତାଇୱାନ ପରି ଚାରୋଟି ବିଶ୍ୱସ୍ତରୀୟ ଦଳ ସହିତ ଭାରତର ୧୮ଟି ରାଜ୍ୟ ଦଳ ଅଂଶଗ୍ରହଣ କରିବେ । ଯେଉଁଥିରେ ୪୦୦ରୁ ଅଧିକ ଖେଳାଳି, ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏକତ୍ରିତ ହେବେ। ଖେଳାଳିମାନେ କ୍ଲାସିକ୍ ଏବଂ ଡବଲ୍ସ ଉଭୟ ବର୍ଗରେ ପ୍ରତିଯୋଗିତାରେ ଭାଗ ନେବେ।

ଆଇଏସଏଫ କେନ୍ଦୁଝରର ନାଇବୁଗା ଲୁହା ଏବଂ ମାଙ୍ଗାନିଜ୍ ଖଣିର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଆୟୋଜନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି । ଉମାକାନ୍ତ ଜେନାଙ୍କୁ କାର୍ଯ୍ୟକାରୀ ସେକ୍ରେଟାରୀ ଭାବେ ନିଯୁକ୍ତି କରାଯାଇଛି । ଏହି ସମ୍ମାନଜନକ ଭୂମିକା ଓଡ଼ିଶାରେ କ୍ରୀଡା ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଦେଇଛି । କାର୍ଯ୍ୟକ୍ରମରେ ମାଣ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶ୍ରୀ ତାରିଣୀ ପ୍ରସାଦ ମହାନ୍ତି (ଚେୟାରମ୍ୟାନ୍, ଆଇକନିକ୍ ଇଣ୍ଡିଆ ଆନ୍ତର୍ଜାତୀୟ ଓପନ୍ ଗେଟବଲ୍ ଟୁର୍ନାମେଣ୍ଟ), ଆଇଏସଏଫର ନିର୍ଦ୍ଦେଶିକା ଡକ୍ଟର ଚିଦାତ୍ମିକା ଖଟୁଆ, ଏସିଆ ପାସିଫିକ୍ ଗେଟବଲ୍ ୟୁନିଅନର ସଭାପତି ଦିପାୟନ ପଟ୍ଟନାୟକ, ଆଇଜିୟୁର ସଭାପତି ଡକ୍ଟର ଉମାକାନ୍ତ ପାଣି, ଆଇଏସ୍ଏଫର ନିର୍ଦ୍ଦେଶକ ଡକ୍ଟର ସଞ୍ଜୟ ଚୌଧୁରୀ, ଆଇଏସ୍ଏଫର ଅନ୍ୟତମ ନିର୍ଦ୍ଦେଶକ ଡକ୍ଟର ଶେଖ ଅବଦୁଲ ସମିମ୍, ଆଇଏସ୍ଏଫର ରାଜ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ଦାସ ଉପସ୍ଥିତ ରହିଥିଲେ ।

ଏଥିରେ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଯୋଗ ସହିତ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ସହଯୋଗିତା ଅଛନ୍ତି । ଏହି ଖେଳ ଉପଭୋଗ କରିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ଏକ ଷ୍ଟ୍ରାତେଜିକ୍ ସହ ଟିମ୍ ଖେଳ ଅଟେ । ଏହା ମସ୍ତିଷ୍କର ଉନ୍ନତିରେ ସାହାଯ୍ୟ କରେ । ଆଇକୋନିକ ସ୍ପୋର୍ଟ୍ସ ଫେଡେରେଁସନ ସାରା ଭାରତରେ ଏହି ଖେଳର ପ୍ରସାର ଏବଂ ପ୍ରଚାର ଦାୟିତ୍ୱ ବହନ କରେ । ଏହା କିପରି ଓଡ଼ିଆରେ ବିଭିନ୍ନ ଜାଗାରେ ଖେଳା ଯିବ ଏହି ବିଷୟରେ ଆଇଏସଏଫର ନେର୍ଦେଶକ ଡ. ସଞ୍ଜୟ ଚୌଧୁରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ମାନସ ରଂଜନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ସମାରୋହ ସଞ୍ଚାଳନ କରିଥିବା ବେଳେ ଶ୍ରୀ ଶରତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଇକନିକ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଉପସ୍ଥିତିକୁ ସୁଦୃଢ କରିବା ସହ ଆୟୋଜନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଫେଡେରେସନ୍ କହିଛି ।