ଆଜି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା, ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପେଣ୍ଡାଲରେ ପୂଜାର୍ଚ୍ଚନା

Published By : Prameya-News7 Bureau | August 27, 2025 IST

ଭୁବନେଶ୍ୱର ୨୭।୦୮ : ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ପୁରାଣ ଓ ଶାସ୍ତ୍ର ଅନୁଯାୟୀ, ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଗାଁ ଠାରୁ ସହର ଅଗ୍ରପୂଜ୍ୟଙ୍କ ଆଗମନ ପାଇଁ ଉତ୍ସବ ମୁଖର । ସାରା ଦେଶରେ ବିଘ୍ନରାଜଙ୍କ ଆବାହନ କରାଯାଉଥିବା ବେଳେ ଧରାପୃଷ୍ଠରେ ବିଘ୍ନ ବିନାଶକ ଅବତରଣ କରିଛନ୍ତି। ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ ଚଳଚଞ୍ଚଳ। ସମସ୍ତଙ୍କ ମନରେ ଉତ୍ସାହ । 

ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ଖଡ଼ି ଛୁଇଁଥାନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ରାଜଧାନୀରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳନ ହେଉଛି । ବଡ଼ଗଡ, ନୟାପଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଧୁମଧାମରେ ପୂଜା ହେଉଛି। ସେହିପରି ଓଡିଶା ପ୍ରସିଦ୍ଧ ଜଟଣୀରେ ମଧ୍ୟ ଏଥର ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା । ଗଣେଶ ପୂଜା ପାଇଁ ଖୋର୍ଦ୍ଧା ଜିଲ୍ଲା ଜଟଣୀର ରହିଛି ଏକ ସ୍ବତନ୍ତ୍ର ପରିଚିତି। ବିଶାଳ ତୋରଣ, ବିରାଟ ମଣ୍ଡପରେ ଶୋଭା ପାଇଥାନ୍ତି ବିଘ୍ନେଶ୍ବରଙ୍କ ମୂର୍ତ୍ତି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.