ନୂଆଦିଲ୍ଲୀ ୨୦।୦୩: ଆଉ ଦିନକ ପରେ ଆରମ୍ଭ ହେବ ଆଇପିଏଲ ସିଜିନ୍ ୧୮ । ୧୦ ଟିମ୍ ମଧ୍ୟରେ ହେବ ଜୋରଦାର ଲଢେଇ । ସିଜିନର ପ୍ରଥମ ମୁକାବିଲାରେ ମୁହାମୁହିଁ ହେବେ ଚାମ୍ପିୟନ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର । କିନ୍ତୁ ଚଳିତ ସିଜିନରେ ନଜରରେ ରହିବେ ଅନକ୍ୟାପ୍ଡ ପ୍ଲେୟର । ନିଜର ଫର୍ମରେ ଏହି ଅନକ୍ୟାପ୍ଡ ପ୍ଲେୟର ଧୁମ ମଚାଇବେ । ଖାସ୍ କରି ଏହି ୫ ଅନକ୍ୟାପ୍ଡ ପ୍ଲେୟର ଆଇପିଏଲ୍ ୧୮ ସିଜିନ୍ରେ ଦେଖାଇବେ ନିଜର ଜଲଓ୍ବା ।
ଲିଷ୍ଟର ପ୍ରଥମରେ ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସେ ରାଜସ୍ଥାନ ରୟାଲ୍ସ ଟିମ୍ରେ ରହିଛନ୍ତି । ସେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ୫୮ ବଲ୍ରେ ଲଗାଇଥିଲେ ଶତକ । ଏହାବ୍ୟତୀତ ଅଣ୍ଡର-୧୯ ଏସିଆ କପରେ କରିଥିଲେ ଦମ୍ଦାର ବ୍ୟାଟିଂ । ବର୍ତ୍ତମାନ ବୈଭବ ରାହୁଲ ଦ୍ରାବିଡଙ୍କ ଟ୍ରେନିଂରେ ରହିଛନ୍ତି । ବାସ୍ତବରେ ସୂର୍ଯ୍ୟବଂଶୀଙ୍କ ବୟସ ମାତ୍ର ୧୩ ବର୍ଷ । ଯଦି ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ପାଆନ୍ତି ତେବେ ଆଇପିଏଲ୍ ଇତିହାସରେ ସବୁଠାରୁ କମ୍ ବୟସ୍କ ପ୍ଲେୟର ହେବେ ।
ଏହା ପଛକୁ ଅଛନ୍ତି ରବିନ ମିଞ୍ଜ । ମେଗା ଅକ୍ସନ୍ରେ ରବିନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୬୫ ଲକ୍ଷରେ କିଣିଛି । ସେ ଘରୋଇ କ୍ରିକେଟରେ ଝାଡଖଣ୍ଡ ପାଇଁ ଖେଳୁଛନ୍ତି । ରବିନ ମିଞ୍ଜ ଦମ୍ଦାର୍ ବ୍ୟାଟିଂ ବ୍ୟତୀତ ଓ୍ବିକେଟକିପର ଭାବେ ମଧ୍ୟ ପରିଚିତ । ବାସ୍ତବରେ, ଆଇପିଏଲ୍ ୨୦୨୪ ସିଜିନ୍ରେ ରବିନ ମିଞ୍ଜ ଗୁଜୁରାଟ ଟାଇଟନ୍ସର ଅଂଶ ରହିଥିଲେ । କିନ୍ତୁ ଦୁର୍ଘଟଣା କାରଣରୁ ସେ ଟିମ୍ରୁ ହୋଇଥିଲେ ବାହାର ।
ସୂର୍ଯ୍ୟାଶଂ ଶେଡଗେ । ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲ୍ ମ୍ୟାଚ୍ରେ ୧୫ ବଲ୍ରେ ୩୬ ରନ୍ କରି ନଟଆଉଟ୍ ରହିଥିଲେ । ସେ ନିଜର ଇଂନିଶରେ ୩ ଚୌକା ଏବଂ ୩ ଛକା ମାରିଥିଲେ । ଏହି ମ୍ୟାଚ ସମୟରେ ସୂର୍ଯ୍ୟାଶଂ ଟିମ୍ ମଧ୍ୟ ପ୍ରଦେଶ ବିପକ୍ଷରହେ ୨୫୨ ଷ୍ଟ୍ରାଇକ୍ ରେଟ୍ରେ ରନ୍ ବର୍ଷା କରିଥିଲେ । ଏହାବ୍ୟତୀତ ସେ ୮ଟି ଓ୍ବିକେଟ ନେଇଥିଲେ । ଏହାପରେ ଆଇପିଏଲ୍ ମେଗା ଅକ୍ସନରେ ପଞ୍ଜାବକିଙ୍ଗସ ସୂର୍ଯ୍ୟାଶଂକୁ ନିଜ ଟିମ୍ରେ କରିଥିଲା ସାମିଲ ।
ସି ଆନ୍ଦ୍ରେ ସିଦ୍ଧାର୍ଥ । ତାମିଲନାଡୁ ପ୍ରିମିୟର ଲିଗ୍ ବ୍ୟତୀତ ରଣଜୀ ଟ୍ରଫି ଖେଳି ସାରିଛନ୍ତି । ରଣଜୀରେ ଆନ୍ଦ୍ରେ ୬୮.୦୦ ଆଭରେଜ୍ରେ କରିଥିଲେ ୬୧୨ ରନ୍ । ଆନ୍ଦ୍ରେ ସିଦ୍ଧାର୍ଥଙ୍କ ବିଷୟରେ କୁହାଯାଏ କି ସେ ଭବିଷ୍ୟତର ଜଣେ ବଡ ପ୍ଲେୟର ହେବେ ।
ନ୍ୟୁଜିଲ୍ୟାଣ୍ଡର ବେଭନ୍ ଜ୍ୟାକୋବ୍ସ । ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ରହିଛନ୍ତି । ବେଭନ୍ ଜ୍ୟାକବ୍ ନିଜ ପ୍ରାରମ୍ଭିକ ୬ଟି ଟି-୨୦ ମ୍ୟାଚରେ ୧୮୯ ଷ୍ଟାଇକ୍ ରେଟ୍ରେ ରନ୍ କରିଛନ୍ତି । ବର୍ତ୍ତମାନ ଯାଏଁ ବେଭନ୍ ଖେଳିସାରିଛନ୍ତି ୨୦ଟି ଟି-୨୦ ମ୍ୟାଚ୍ । ଏହି ମ୍ୟାଚରେ ବ୍ୟାଟର ପାଖାପାଖି ୧୫୦ ଷ୍ଟ୍ରାଇକ୍ରେଟ୍ରେ ରନ୍ କରିଛନ୍ତି । ତେବେ ଅପେକ୍ଷା ଏହି ଅନ୍କ୍ୟାପ୍ଡ ପ୍ଲେୟରଙ୍କ ଫର୍ମକୁ...