ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍, ପଦକ୍ଷେପ ନେବେ ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ

NEWS7
free-personality-and-skill-development-training-for-basti-students

ଭୁବନେଶ୍ବର ୨।୧: ଲୋକସେବା ଭବନରେ ମାଳ ମାଳ ରିଲ୍ସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଲେ, ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲ୍ସ କରିବାର କୌଣସି ଅବକାଶ ନାହିଁ ।

ଲୋକସେବା ଭବନରେ ରିଲ୍ସ କରିବା ଉପରେ ଗାଇଡ୍‌ଲାଇନ୍ ଆଣିବ ଗୃହ ବିଭାଗ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ । ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସର କୌଣସି ଅବକାଶ ନାହିଁ । ଏହା ଠିକ୍ କଥା ନୁହେଁ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ୍ କରିବ । ଯଦି ରିଲ୍ସ ହେଉଛି ଲୋକସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ । ଗୃହ ବିଭାଗ ଗାଇଡ୍ ଲାଇନ୍ ଆଣିବା ନେଇ ବିଚାର କରିବ । ଆଶା ଏଭଳି କଥା ନହେଉ ଆମ ସମସ୍ତଙ୍କ ଇଚ୍ଛା । କାରଣ ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କିନ୍ତୁ ଆଶା କରିବି ଆଗକୁ ଏଭଳି ନହେଉ, ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।