ଛତ୍ରପୁର ୨୬।୮: ଗଞ୍ଜାମ ଜିଲ୍ଲା ହୁମା ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟିହେଲା ୪ଟି ଗାଡ଼ି । ଦୁଇ ଟ୍ରକ୍, ଗୋଟିଏ ପିକଅପ୍ ଓ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଖମ୍ବେଶ୍ବରୀ ବସ୍ରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍ର ଡ୍ରାଇଭର ଗୁରୁତର ଅଛନ୍ତି ।
ଜାତୀୟ ରାଜପଥରେ ଅଚାନକ ଗାଈ ଆସିଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି । ବସ୍ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଜଣାପଡିଛି ।
You Can Read:
ଚାଷୀଙ୍କ ପାଇଁ ଖୁସି ଖବର : ନୂଆଁଖାଇ ପାଇଁ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଟଙ୍କା