ନୂଆଦିଲ୍ଲୀ ୨୭।୦୮; ମହାରଷ୍ଟ୍ରର ବସଇ-ବିରାର୍ର ଏକ ଚାରି ମହଲା କୋଠାରେ ବଡ ଅଘଟଣ । ସେଠାରେ ଥିବା ଚାରି ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ି ପଡ଼ିବାରୁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପ୍ରାୟ ୮ ରୁ ୯ ଜଣ ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଛି।
ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି
ଏନଡିଆରଏଫ ଦଳ ଘଟଣାସ୍ଥଳକୁ ପହଞ୍ଚିଛି ଏବଂ ଭଗ୍ନାବଶେଷକୁ କାଢି ଉଦ୍ଧାରକାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ, ଏହି କୋଠାର ଭଗ୍ନାବଶେଷରେ ୧୦ରୁ ଅଧିକ ଜଣ ଫସି ରହିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଗତକାଲି ରାତି ୧୧.୩୦ରେ ଘଟିଥିଲା। ଏହି କୋଠା ଦଶ ବର୍ଷ ପୁରୁଣା ଏବଂ ମ୍ୟୁନିସିପାଲ କର୍ପୋରେସନ ଏହାକୁ ଅତ୍ୟନ୍ତ ବିପଜ୍ଜନକ ଘୋଷଣା କରିଥିଲା।
ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏନଡିଆରଏଫ ଦଳ କିଛି ପିଲାଙ୍କୁ ଉଦ୍ଧାର କରୁଥିବା ଦେଖାଯାଉଛି। ଭିଡିଓରୁ ଜଣାପଡୁଛି ଯେ ଦୁର୍ଘଟଣାରେ ଅନେକ ଛୋଟ ପିଲା ମଧ୍ୟ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ମିଳିନାହିଁ।