LIVE TV

୪ ବ୍ୟକ୍ତିଙ୍କୁ କାରରେ ଧକ୍କା ଦେବା ପରେ ଛୁରୀରେ ଆକ୍ରମଣ , ସନ୍ଦିଗ୍ଧ ବ୍ୟକ୍ତିକୁ ପୁଲିସର ଗୁଳି ମାଡ଼

NEWS7
Manchester synagogue attack

ଲଣ୍ଡନ : ମଞ୍ଚେଷ୍ଟରର ଉତ୍ତରୀ ଅଞ୍ଚଳ କ୍ରମ୍ପସଲରେ ହିଟନ ପାର୍କ ସିନାଗାଗ ବାହାରେ ଗୁରୁବାର ୟୋଗ କିପ୍ପୁର ( ୟେହୁଦୀ କାଲେଣ୍ଡରର ସବୁଠୁ ପବିତ୍ର ଦିନ) ବେଳେ ଏକ ହିଂସାତ୍ମକ ଆକ୍ରମଣ ହୋଇଛି। ପୁଲିସ ଅନୁସାରେ, ଜଣେ ବ୍ୟକ୍ତି ପ୍ରଥମେ ନିଜ କାରକୁ ପୂଜା ସ୍ଥଳ ବାହାରେ ଥିବା ଲୋକଙ୍କ ଉପରେ ଧକ୍କା ଦେଇଥିଲେ, ଏହାପରେ ଗାଡ଼ିକୁ ଓହ୍ଲାଇ ଜଣେ ବ୍ୟକ୍ତିଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଚାରି ଜଣ ଲୋକ ଆହତ ହୋଇଥିବା ବେଳେ କେତେକଙ୍କ ସ୍ଥିତି ଗୁରୁତର ଥିବା କୁହାଯାଉଛି। ପୁଲିସ ଘଟଣାରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିକୁ ଗୁଳି କରିଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ , ୩୦ ବର୍ଷିୟ ଏହି ବ୍ୟକ୍ତିକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ବଡ଼ ଦୁର୍ଘଟଣା ଭାବେ ଘୋଷଣା କରାଯିବା ସହ ତଦନ୍ତ ଜାରି ରହିଛି। ସ୍ଥାନୀୟ ୟେହୁଦୀ ସଂପ୍ରଦାୟ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଜରୁରିକାଳୀନ ସମିତି କୋବ୍ରାର ବୈଠକ ଡ଼ାକିଛନ୍ତି। ଏହି ଆକ୍ରମଣ ୟେହୁଦୀ ବିରୋଧୀ (ଆଣ୍ଟି –ସେମିଟିଜିମ୍‌) ହିଂସା ବୃଦ୍ଧିର ସନ୍ଦର୍ଭରେ ଦେଖାଯାଉଛି। ଗ୍ରେଟର ମ୍ୟାନଚେଷ୍ଟର ଅଞ୍ଚଳର ମେୟର ଆଣ୍ଡି ବର୍ନହମ ବିବିସି ରେଡିଓକୁ କହିଛନ୍ତି ଯେ ବର୍ତ୍ତମାନ ବିପଦ ଟଳି ସାରିଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ବର୍ତ୍ତମାନ ସମୟରେ କୋପେନହେଗନରେ ୟୁରୋପୀୟ ନେତାଙ୍କ ଶିଖର ସମ୍ମିଳନୀରେ ଅଛନ୍ତି। ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯ, ସେ ଏହି ହମଲାରେ ସ୍ତବ୍ଧ । ସେ ଜୋର ଦେଇ କହିଛନ୍ତି ଯେ, ୟୋମ କିପ୍ପୁର ଭଳି ପବିତ୍ର ଦିନରେ ଏହି ଘଟଣା ଏହାକୁ ଆହୁରି ଭୟଙ୍କର କରିଥାଏ।  ଶିଖର ସମ୍ମିଳନୀରୁ ଫେରିବା ପରେ ଷ୍ଟାରମର କୋବ୍ରା ବୈଠକକୁ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖନୀୟ ଯେ ମଞ୍ଚେଷ୍ଟର ସାମ୍ପ୍ରତିକ ବର୍ଷ ମଧ୍ୟରେ ବ୍ରିଟେନର ସବୁଠାରୁ ଭୟଙ୍କର ଆକ୍ରମଣର ସମ୍ମୁଖୀନ ହୋଇଛି। ୨୦୧୭ରେ , ଆରିଆନା ଗ୍ରାଣ୍ଡେ କନସର୍ଟରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।