ସମ୍ବଲପୁର ୨୪।୮: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ । ପୂର୍ବରୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ୪ଟି ଗେଟ୍ ଖୋଲିବା ପରେ ବାମ ପାର୍ଶ୍ବର ୮ଟି ଓ ଡାହାଣ ପାର୍ଶ୍ବର ୮ଟି ଗେଟ୍ ଖୋଲା ରହିଛି । ଉପରେ ମୁଣ୍ଡରେ ବର୍ଷା ଫଳରେ ଇନଫ୍ଲୋ ବଢିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି । ରବିବାର ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୮ ହଜାର ୪୭୮ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୬୨୧.୬୫ ଫୁଟରେ ପହଞ୍ଚିଛି ।
You Can Read:
ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା, ବିପଦ ସଂକେତ ଉପରେ ବନ୍ୟାଜଳ