ସେଣ୍ଟ୍. ପିଟର୍ସବର୍ଗ ବୁଡ଼ି ଗଲେ ଭାରତୀୟ ଛାତ୍ର; ଜଣେ ଉଦ୍ଧାର, ୩ ମୃତ

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ଋଷିଆରେ ଭାରତୀୟ ଛାତ୍ରଙ୍କୁ ନେଇ ଆସିଛି ଦୁଃଖଦ ଖବର । ସେଣ୍ଟ ପିଟର୍ସବର୍ଗ ପ୍ରାନ୍ତରେ ଅଭାବନୀୟ ଘଟଣା । ଏକ ନଦୀରେ ବୁଡ଼ିଗଲେ ୪ଜଣ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଥିବା ଜଣାପଡ଼ିଛି । ରେସକ୍ୟୁ ହୋଇଥିବା ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । 

ଏନେଇ ଖବର ମିଳିବା ପରେ ଭାରତୀୟ ଉଚ୍ଚ ଆୟୋଗ ଅଧିକାରୀ ସେଣ୍ଟ ପିଟର୍ସବର୍ଗର ପ୍ରଶାସନିକ ଅଧିକାରୀଙ୍କ ସହିତ ସମ୍ପର୍କରେ ରହି ମୃତଦେହକୁ କିପରି ଭାରତ ଅଣାଯିବ ସେ ବ୍ୟବସ୍ଥା କରାଯାଉଛି । ଏପଟେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରଶସାନ ସମବେଦନା ଜଣାଇଛି । 

ସୂଚନା ଅନୁଯାୟୀ, ୪ ଭାରତୀୟ ଛାତ୍ରଛାତ୍ରୀ ଭୋଲିକ୍ ନୋଭରୋରିଦ୍ ସହର ଅନ୍ତର୍ଗତ ନୋଭଗୋରିଦ୍ ଷ୍ଟେଟ୍ ୟୁନିଭରସିଟିରେ ମେଡିକାଲ ପାଠପଢ଼ୁ ଥିଲା । ଏମାନଙ୍କର ବୟସ ୧୮ରୁ ୨୦ ବର୍ଷ ହେବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ଜଣ ପୁଅ ଏବଂ ୨ଜଣ ଝିଅ ରହିଛନ୍ତି ।

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ୪ଜଣ ଛାତ୍ରଛାତ୍ରୀ ସହର ନିକଟରେ ଥିବା ଭୋଲଖୋଭ୍ ନଦୀକୁ ଗାଧୋଇବାକୁ ଯାଇଥିଲେ । ଜଣେ ଛାତ୍ର କୂଳରେ ଗାଧୋଉଥିବା ବେଳେ  ନଈ ମଝିକୁ ଚାଲଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଅନ୍ୟ ୩ଜଣ ଚେଷ୍ଟା କରିଥିଲେ । ମାତ୍ର ସମସ୍ତ ଛାତ୍ରଛାତ୍ରୀ ନଦୀରେ ବୁଡ଼ି ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.