LIVE TV

ଭାରତର ପ୍ରଗତିରେ ଆମେରିକା ଭୟଭୀତ, ଆକ୍ଟିଭ୍ ନଜର ଆସୁଛି ଡିପ୍ ଷ୍ଟେଟ୍ : ପୂର୍ବତନ RAW ପ୍ରମୁଖଙ୍କ ଆଶ୍ଚର୍ଯ୍ୟକର ବୟାନ

NEWS7
Ex-RAW chief Vikram Sood

ନୂଆଦିଲ୍ଲୀ – ପୂର୍ବତନ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ୍‌ ( RAW)ର ପ୍ରମୁଖ ବିକ୍ରମ ସୁଦ୍‌ କହିଛନ୍ତି ଯେ, ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ସଂପର୍କ ମଜବୁତ ହେବାର କାରଣ , ଭାରତର ‘ଅପରେସନ ସିନ୍ଦୂର’ ବେଳେ ଅସ୍ତ୍ରବିରତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକାରୁ ଦାବିକୁ ଅସ୍ୱୀକାର କରିବା। ସୁଦ୍‌ ଆମେରିକାର ‘ଡିପ୍‌ ଷ୍ଟେଟ୍‌’ର ଭୂମିକା ଉପରେ ନଜର ଦେଇ କହିଛନ୍ତି , ଏହି ଶକ୍ତି ଭାରତର ଆର୍ଥିକ ପ୍ରଗତି ରାସ୍ତାରେ ସବୁଠୁ ବଡ଼ ପ୍ରତିବନ୍ଧକ ପାଲଟିଛି। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ କଥା ହୋଇ ସୁଦ୍ ସ୍ପଷ୍ଟ କରିଛନ୍ତି ଯେ, ଏସବୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ଅସନ୍ତୁଷ୍ଟତାରୁ ଆରମ୍ଭ ହୋଇଛି, ଯେତେବେଳେ ଭାରତ ତାଙ୍କୁ କଥିତ ଯୁଦ୍ଧ ବିରାମର ଶ୍ରେୟ ଦେବାରେ ମନା କରି ଦେଇଥିଲା। ସେ ବ୍ୟଙ୍ଗାତ୍ମକ ଭାବେ ପାକିସ୍ତାନୀ ନେତା ତାଙ୍କ ଆଣ୍ଠୁମାଡ଼ି ପଡ଼ି କହିଲେ, ଧନ୍ୟବାଦ ପ୍ରଭୁ। ଆପଣ ନୋବେଲ୍ ପୁରସ୍କାର ପାଇବାକୁ ଯୋଗ୍ୟ । ଏହା ଡିପ୍ ଷ୍ଟେଟ୍‌ର ପ୍ରତାରଣାମୂଳକ ଖେଳ। ସେମାନେ କେବେ ଚାହାନ୍ତି ନାହିଁ ଯେ, ଭାରତ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହେଉ।

ସୁଦ ଆହୁରି କହିଛନ୍ତି ,ଭାରତ ଓ ଚୀନ ବର୍ତ୍ତମାନ ବିଶ୍ୱର ଦୁଇଟି ବୃହତ୍ତମ ଆର୍ଥିକ ମହାଶକ୍ତି ହୋଇ ଥିବାରୁ ଭାରତର ଦ୍ରୁତ ଆର୍ଥିକ ପ୍ରଗତିରେ ଆମେରିକା ଚିନ୍ତାରେ। ସେ ଜୋର ଦେଇଛନ୍ତି , ଏହା ପଛରେ କୌଣସି ଜାତୀୟତାବାଦୀ ଉଦ୍ଦେଶ୍ୟ ନାହିଁ। ଯେତେବେଳେ ଆମେ ଜାତୀୟତାବାଦ ବିଷୟରେ ଆଲୋଚନା କରନ୍ତି , ତ ସେ ଏହାକୁ ହିନ୍ଦୁ ରାଷ୍ଟ୍ରବାଦର ନାଁ ଦେଇ ଖାରଜ କରି ଦିଅନ୍ତି। ବାସ୍ତବିକ ଭୟ ଏହା ଯେ, ଚୀନ ଏକ ପ୍ରମୁଖ ଆର୍ଥିକ ଶକ୍ତି ଏବଂ ଭାରତ ଦ୍ୱିତୀୟ। ଆମେରିକା ଚୀନର ଉଦାହରଣରୁ ଶିକ୍ଷା ପାଇଛି। ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ମଙ୍ଗଳବାର ଟ୍ରମ୍ପ ପୁଣି ଥରେ ପାକିସ୍ତାନୀ ନେତୃତ୍ୱର ପ୍ରଶଂସା କରିଥିଲେ ଏବଂ ଆସିମ ମୁନିରଙ୍କୁ ଜଣେ ବହୁତ ହିଁ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ।

ଭାରତର ପଡୋଶୀ ଦେଶରେ ଡିପ୍‌ ଷ୍ଟେଟ୍‌ ଓ ରାଜନୀତିକ ଅସ୍ଥିରତାର ପ୍ରଶ୍ନରେ ସୁଦ୍ କହିଛନ୍ତି ଯେ, ଏହି ଶବ୍ଦ ସର୍ବ ପ୍ରଥମେ ତୁର୍କିରେ ବ୍ୟବହାର କରାଯାଇ ଥିଲା, ଯେଉଁଠି ଗୁପ୍ତଚର ଏଜେନ୍ସି , ସେନା ଓ ଜଣେ ପ୍ରମୁଖ ଅଧିକାରୀଙ୍କର ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ସହ ଏକ ବଡ଼ ନିଶା ବ୍ୟବସାୟୀ  ମଧ୍ୟ ଥିଲା , ଯାହା ପାଖରେ ନଗଦ ଅର୍ଥ , ନିଶା ପଦାର୍ଥ ଓ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଥିଲା । ଏଥିରୁ ସ୍ପଷ୍ଟ ହୁଏ ଯେ, ଡିପ୍‌ ଷ୍ଟେଟ୍‌ ଏହିପରି ମେଣ୍ଟ ଦ୍ୱାରା କାମ କରିଥାଏ।