ପୋଲ ଉପରେ ଚାଲିଗଲା ବୋରଓ୍ବେଲ ବୋଝେଇ ଗାଡ଼ି, ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲା ପୋଲ

NEWS7
foreign-players-may-leave-psl-in-the-middle-of-the-season-pcb-in-big-trouble-due-to-indias-attack--

ଆନନ୍ଦପୁର ୬।୧୨: ଭାରିଯାନ ଚାଲିଯିବାରୁ ଭଙ୍ଗିଗଲା ପୋଲ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆନନ୍ଦପୁର ବ୍ଲକ୍ କୁକୁରିଆ ନାଳ ଉପରେ ଥିବା ପୋଲଟି ଭାଙ୍ଗି ପଡ଼ିଛି । ସେହି ସ୍ଥାନରେ ନୂଆ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ତରତରା ଛକ ଠାରୁ କଣ୍ଟିପାଳ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ବରବେଡା ନିକଟ କୁକୁରିଆ ନାଳ ଉପରେ ଥିବା ପୋଲଟି ଭାଙ୍ଗି ପଡିଛି । ଶନିବାର ମଧ୍ୟାହ୍ନରେ ଏକ ବୋରଓ୍ବେଲ୍ ଗାଡି ପୋଲ ଅତିକ୍ରମ କରିବା ସମୟରେ ପୋଲଟି ଭୁଶୁଡ଼ି ପଡିଥିଲା । ଏଭଳି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ଚାଳକ ଓ ଗାଡିରେ ଥିବା କର୍ମଚାରୀ।

ପୋଲଟି ଭାଙ୍ଗିଯିବା ଫଳରେ ସେହି ରାସ୍ତାଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଏହି ରାସ୍ତା ଉପରେ ନିର୍ଭର କରୁଥିବା କଣ୍ଟିପାଳ, ତରତରା ଓ କାଠକଟା ପଞ୍ଚାୟତ ଅଞ୍ଚଳବାସୀଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବହୁ ପୁରୁଣା ପୋଲଟି ପୂର୍ବରୁ ଦବି ରହିଥିଲା । ହେଲେ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ଆଜି ପୋଲଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ତେବେ ତୁରନ୍ତ ସେଠାରେ ଏକ ନୂଆ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।