News7 Logo

ଇସ୍ରାଏଲର ଛାତି ଉପରେ ଆତଙ୍କୀ ହମଲା: ଆଖିବୁଜା ଗୁଳିମାଡ଼ରେ ୫ ମୃତ, ୧୫ ଗୁରୁତର

NEWS7
attack in Jerusalem

ନୂଆଦିଲ୍ଲୀ: ଇସ୍ରାଏଲରେ ଆତଙ୍କୀ ହମଲା। ରାଜଧାନୀ ଜେରୁସେଲମରେ ହୋଇଥିବା ଗୁଳିକାଣ୍ଡରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଜେରୁସେଲମର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ୧ ଜଣ ଆହତ ହୋଇଛନ୍ତି। ଇସ୍ରାଏଲୀ ଗଣମାଧ୍ୟମ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛି ଯେଉଁଥିରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା।

Ynet ରିପୋର୍ଟ ଅନୁଯାୟୀ, ଲାଇନ୍-୬୨ ବସ୍ ଷ୍ଟପରେ ଗୁଳି ଚଳାଇଥିବା ଆକ୍ରମଣକାରୀମାନଙ୍କୁ ଆଇଡିଏଫ୍ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ବିଷୟରେ ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆକ୍ରମଣର ଆହତଙ୍କୁ ଶାରେ ଜେଡେକ୍ ଏବଂ ହଦାସା ହସ୍ପିଟାଲକୁ ନିଆଯାଇଥିଲାପୋଲିସ ଏବଂ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିନେଇଛନ୍ତି ଏବଂ ସମଗ୍ର ଅଞ୍ଚଳରେ ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି।

ଘଟଣାକୁ ନେଇ ରେସ୍କ୍ୟୁ ଟିମ୍‌ କହିଛନ୍ତି ଯେ ଆମେ ପହଞ୍ଚିବା ପରେ ବସ୍ ଷ୍ଟପ୍ ପାଖରେ ରାସ୍ତାରେ ଲୋକମାନେ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଲୁ। ଚାରିପାଖରେ ଧ୍ୱଂସ, ଭଙ୍ଗା କାଚ ଏବଂ ଅରାଜକତା ଦେଖାଯାଇଥିଲା। ଆମେ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ଆରମ୍ଭ କରି ଡାକ୍ତରଖାନାକୁ ନେଇଥିଲୁ।

ପୋଲିସ୍ କହିଛି ଯେ ଆକ୍ରମଣ ପରେ ରାସ୍ତାଗୁଡ଼ିକ ବନ୍ଦ କରିଦିଆଯାଇଛି। ପୋଲିସ ତାର ବିବୃତ୍ତିରେ କହିଛି ଯେ ଅନେକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଗୁରୁତର। ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା କମାଣ୍ଡରଙ୍କ ନେତୃତ୍ୱରେ ଅନେକ ପୋଲିସ ୟୁନିଟ୍ ଅଞ୍ଚଳରେ ପହଞ୍ଚିଛନ୍ତି।

ଦୁଇ ବର୍ଷ ପୂର୍ବେ ଜେରୁସେଲମରେ ସମାନ ଆକ୍ରମଣ ହୋଇଥିଲା। ବନ୍ଧୁକଧାରୀମାନେ ଗିଭାଟ୍ ଶାଉଲ୍ ଜଙ୍କସନ୍‌ରେ ଏକ ବସ୍ ଷ୍ଟପ୍‌ରେ ଗୁଳି ଚଳାଇଥିଲେ। ପୂର୍ବ ଜେରୁସେଲମର ସୁର୍ ବାହାର୍ ଅଞ୍ଚଳର ବାସିନ୍ଦା ଆକ୍ରମଣକାରୀମାନେ ଏକ M-16 ରାଇଫଲ୍ ଏବଂ ଏକ ହ୍ୟାଣ୍ଡଗନ୍ ବ୍ୟବହାର କରି ତାଣ୍ଡବ ରଚିଥିଲେ।