ଥାନାରେ ପହଞ୍ଚିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ମାମଲା : ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା

NEWS7
five-duplicate-rto-officers-arrested-in-jaleswar

ଭୁବନେଶ୍ବର ୧୬।୧: ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ମାମଲା ଥାନାରେ ପହଞ୍ଚିଲା । ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ କରିବା ଓ ଭୋକିଲା ରଖିବା ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଲିଖିତ ଅଭିଯୋଗ କଲେ ଅମରେନ୍ଦ୍ର ଗରାବଡୁ ।