ଲମତାପୁଟ ୧୯/୧୧: ଜାଡରେ ଥରୁଛି ମାଳ ଅଞ୍ଚଳ । ପାରଦ ୪ ଡିଗ୍ରୀକୁ ଖସିଲା । ବିଭନ୍ନ ଜାଗାରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲାର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକରେ ପାରଦ ଧୀରେ ଧୀରେ ତଳ ମୁହାଁ । ଭାରି ଜାଡ଼ରେ ଥରୁଛି ସାରା ଅଞ୍ଚଳ । ୪ ଡିଗ୍ରୀ ହୋଇଛି ପାରଦ ଶୀତ ପ୍ରକୋପ ବଢିବା ସହ ସାରା ଅଞ୍ଚଳରେ ଜାଡ଼ରେ ଥରୁ ଥିବା ବେଳେ ଘନ କୁହୁଡି ଜୀବନ ଯାପନ ଅସ୍ତବ୍ୟସ୍ତ କରିଦେଲାଣି ।

ସକାଳୁ ସକାଳୁ ବାହାରକୁ ବାହାରିବା ବଡ଼ ମୁସ୍କିଲ ହୋଇପଡ଼ିଛି । ଶୀତ ଛଡାଇବା ପାଇଁ କିଏ ନିଆଁ ଲଗାଇ ମେଳି ବାନ୍ଧି ନିଆଁ ଚାରିପଟେ ବସି ଶୀତ ଛଡାଉଛନ୍ତି । ଚା ଦୋକାନରେ ଭିଡ଼ ଜମାଇ ଶିତୁଆ ଓଠକୁ ଗରମ ଚାହାରର ମଜା ନେଉଥିବା ଦେଖିବାକୁ ମିଳୁଛି । କିଏ ମର୍ଣ୍ଣିଂ ୱାକ କରିବା ସହ ଖେଳ ପଡିଆରେ ଫୁଟବଲ ଖେଳି ଶୀତ ଛଡାଉଛନ୍ତି ।

ଦିନ ୯ ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ଗାଡି ମୋଟର ଯାତାୟାତ ବିଭିନ୍ନ ସମସ୍ୟା ଉପୁଜୁଛି । ପାହାନ୍ତିଆରୁ ଘନ କୁହୁଡି ସକାଶେ ଜିରୋ ଭିଜିବିଲିଟି ରହୁଛି । ଦିନର ତାପମାତ୍ରା ୧୨ଡିଗ୍ରୀ ରହୁଥିବା ବେଳେ ସନ୍ଧ୍ୟା ୫ ଟାରୁ ଶୀତ ଲହରୀ ଆରମ୍ଭ ହୋଇଯାଉଛି । ଶୀତ ସକାଶେ ସନ୍ଧ୍ୟା ୭ ଟାରୁ ମୁଖ୍ୟ ବଜାରରେ ଜନ ଶୂନ୍ୟ ହୋଇଯାଉଥିବାରୁ ବଜାର ଖାଁ ଖାଁ ରହୁଥିବା ଦେଖିବାକୁ ମିଳୁଛି ।