News7 Logo

ବାଂଲାଦେଶରୁ ଭାରତ ଆସିଲା ‘ସମୁଦ୍ରର ରାଣୀ’ , ଲୋକେ ଖୁସି କିନ୍ତୁ ଚିନ୍ତାରେ ଦୋକାନୀମାନେ

NEWS7
-

କୋଲକାତା – ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶରୁ ସମୁଦ୍ରର ରାଣୀ ଭାବେ ପରିଚିତ ହିଲସା ମାଛର ପ୍ରଥମ ସିପମେଣ୍ଟ ଭାରତ-ବାଂଲାଦେଶ ସୀମାରେ ପହଞ୍ଚି ସାରିଛି। ଆଠଟି ଟ୍ରକ୍‌ରେ ପାଖାପାଖି ୩୨ ଟନ୍‌ ମାଛ ଭାରତ ଆସିଛି। ବାଂଲାଦେଶ ନିକଟରେ ଉତ୍ସବକୁ ଧ୍ୟାନରେ ରଖି ୧୨୦୦ ଟନ୍‌ ହିଲ୍ସା ମାଛର ରପ୍ତାନୀକୁ ମଞ୍ଜୁରୀ ଦେଇ ଥିଲା। ଏହି ସିପମେଣ୍ଟ ୧୬ ସେପ୍ଟେମ୍ୱରରୁ ୫ ଅକ୍ଟୋବର ମଧ୍ୟରେ ହେବ। ପ୍ରତ୍ୟେକ ଟ୍ରକ୍‌ରେ ପଦ୍ମା ନଦୀର ପାଖାପାଖି ୪ ଟନ୍‌ ମାଛ ଲୋଡିଂ ହୋଇଛି। ମାଛ ଆମଦାନୀ ସଂଘର ସଚିବ ସୈୟଦ ଅନୱର ମକସୁଦ୍‌ କହିଛନ୍ତି ଯେ, ଏହି ସିପମେଣ୍ଟ ବଜାର ଗୁଡ଼ିକରେ ପହଞ୍ଚି ସାରିଛି। ସେ କହିଛନ୍ତି ଯେ, ଏକ କିଲୋ ପଦ୍ମା ହିଲ୍ସାର ଦାମ୍‌ ଗ୍ରାହକଙ୍କ ପାଇଁ ପାଖାପାଖି ୧୮୦୦ ଟଙ୍କା ହେବ। ମକସୁଦ୍‌ ଆହୁରି କହିଛନ୍ତି ଯେ, ଏବେ ପାଖାପାଖି ପ୍ରତିଦିନ ବାଂଲାଦେଶରୁ ମାଛ କୋଲକାତା ବଜାର ଗୁଡ଼ିକୁ ଆସିବ।

ଏହି ସିପମେଣ୍ଟର ଦାମୀ ସପ୍ଲାଇ ମାଛ ପ୍ରେମୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି , ବିଶେଷକରି ପଦ୍ମା ନଦୀର ହିଲ୍ସାର ନିଆରା ସ୍ୱାଦର କାରଣ ରହିଛି। ହେଲେ , ହେଲେ ଉଚ୍ଚ ଦାମ୍‌ ଥିବା ଯୋଗୁଁ ଖୁଚୁରା ବିକ୍ରେତା ଚିନ୍ତାରେ। ସକାଳୁ ସକାଳୁ ନିଲାମୀ ପାଇଁ ଏକାଠି ହୋଇଥିବା ଖୁଚୁରା ବିକ୍ରେତାମାନେ ଉଚ୍ଚ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଜଣେ ସ୍ଥାନୀୟ ବିକ୍ରେତା କହିଛନ୍ତି ଯେ, ମାଛର ଗୁଣବତ୍ତା ଭଲ ରହିଛି , କିନ୍ତୁ ଏହାର ଦାମ୍‌ ଏତେ ଅଧିକ ଯେ, ଏଥିରୁ ଅଧିକ ଲାଭ କମାଇବାର ଆଶା ନାହିଁ।ଯଦି ଲୋକ ଏତେ ଉଚ୍ଚ ଦରରେ ମାଛ କିଣିବେ , ସେତେବେଳେ ଆମେ କିଛି ଲାଭ ପାଇବୁ।

ଖୁଚୁରା ବଜାରରେ ଦାମ୍‌ ଆହୁରି ବଢିବାର ସମ୍ଭାବନା ରହିଛି ଏବଂ ଅନୁମାନ ଯେ, ଦାମ୍ ୨୦୦୦ଟଙ୍କା ପ୍ରତି କିଲୋଗ୍ରାମ୍‌ରୁ ଅଧିକ ହୋଇପାରେ। ଏହି ମାଛ ଗୁଡ଼ିକର ଆକାର ୮୦୦ରୁ ୧ କିଲୋଗ୍ରାମ ଯାଏ ଥିବାର କୁହାଯାଉଛି। ଆଉ ଜଣେ ବିକ୍ରେତା ସ୍ଥାନୀୟ ମାଛର ପ୍ରତିଯୋଗୀତାକୁ ଉଦ୍ଧୃତ କରି କହିଛନ୍ତି ଯେ, କିଛି ଲୋକ ପୂର୍ବରୁ ଗୁଜୁରାଟରୁ ହିଲ୍ସା ମାଛ ମଗାଉ ଥିଲେ।  ଉଭୟର ସ୍ୱାଦ ଅଲଗା, ଏବଂ ବାଂଲାଦେଶୀ ମାଛର ଚାହିଦା ସର୍ବଦା ଅଧିକ ରହିଛି , କିନ୍ତୁ ଏହିଥର ଦାମ୍‌ ବହୁତ ଅଧିକ ଅଛି।

ଅଧିକାରୀମାନେ କହିଛନ୍ତି ଯେ, ବାଂଲାଦେଶ ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିଦେଇ ଥିଲେ ଯେ, ମାଛର ଏହି ସିପମେଣ୍ଟ ଏହାର ରପ୍ତାନୀ ନୀତି ୨୦୨୪-୨୭ ଅନୁସାରେ ହେବା ଉଚିତ୍‌, ଯେଉଁଥିରେ ସର୍ବନିମ୍ନ ରପ୍ତାନୀ ମୂଲ୍ୟ ୧୨.୫ ଆମେରିକୀୟ ଡଲାର ପ୍ରତି କିଲୋଗ୍ରାମ୍‌ ନିର୍ଦ୍ଧାରିତ ଅଛି। ଏହି ମଞ୍ଜୁରୀର ବୈଧତା ୧୬ ସେପ୍ଟେମ୍ୱରରୁ ୫ ଅକ୍ଟୋବର ଯାଏ ଅଛି।