News7 Logo

ଭାରତୀୟ ନୌସେନାର ପ୍ରଥମ ସ୍ୱଦେଶୀ 3D ଏୟାର ସର୍ଭିଲେନ୍ସ ରାଡାର କାର୍ଯ୍ୟକ୍ଷମ ... ଶତ୍ରୁର ଏୟାର ଟାର୍ଗେଟ୍‌କୁ କରିଦେବ ନଷ୍ଟ

NEWS7
-

ନୂଆଦିଲ୍ଲୀ – ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍ (ଟିଏଏସଏଲ) ସ୍ପେନର ଡିଫେନ୍ସ କମ୍ପାନୀ ଇନ୍ଦ୍ରା ସହ ମିଶି ଭାରତୀୟ ନୌସେନା ପାଇଁ ପ୍ରଥମ ୩ଡି ଏୟାର ସର୍ଭିଲାନ୍ସ ରାଡାର (୩ଡି –ଏଏସଆର) – ଲାଞ୍ଜା –ଏନ କମିଶନ କରିଛି। ଏହି ରାଡାର ଏକ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରେ ଲଗାଯାଇଛି। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ।

ଲାଞ୍ଜା –ଏନ୍ ରାଡାର କଣ ?

ଲାଞ୍ଜା –ଏନ୍ ଇନ୍ଦ୍ରାର ଲାଞ୍ଜା ୩ଡି ରାଡାରର ନୌସୈନିକ ସଂସ୍କରଣ , ଯାହା ଦୁନିଆର ସବୁଠୁ ଆଡଭାନ୍ସ ଲଙ୍ଗ୍-ରେଞ୍ଜ ଏୟାର ଡିଫେନ୍ସ ଓ ଆଣ୍ଟି-ମିସାଇଲ ରାଡାର ମଧ୍ୟରୁ ଗୋଟିଏ। ଏହା ରାଡାରା ଆକାଶ ଓ ଭୂପୃଷ୍ଠ ଉଭୟ ଲକ୍ଷ୍ୟକୁ ୩ଡିରେ ଟ୍ରାକ୍ କରିଥାଏ। ଏହାର ରେଞ୍ଜ ୨୫୪ ନଟିକାଲ ମାଇଲ୍ସ ( ପାଖାପାଖି ୪୭୦ କି.ମି)। ଏହି ଡ୍ରୋନ୍, ସୁପରସୋନିକ ଫାଇଟ୍ର ଜେଟ୍ , ଆଣ୍ଟି –ରେଡିଏସନ ମିସାଇଲ ଓ ନୌସୈନିକ ପ୍ଲାଟଫର୍ମକୁ ଧରି ପାରେ। ଏହା ଖରାପ ପାଣିପାଗରେ ମଧ୍ୟ କାମ କରିଥାଏ ଏବଂ ଶତ୍ରୁର ଆକ୍ରମଣକୁ ରୋକିବାରେ ସକ୍ଷମ ଥାଏ। ଏହି ପ୍ରଥମ ଥର ଯେବେ ଲାଞ୍ଜା-ଏନ୍ ରାଡାର ସ୍ପେନ୍ ବାହାରେ କାମ କରିବ। ଇନ୍ଦ୍ରା ଏହାକୁ ଭାରତୀୟ ମହାସାଗରର ଆର୍ଦ୍ରତା ଓ ଉତ୍ତାପ ପାଇଁ ଅନୁକୂଳ କରିଛି । ରାଡାରକୁ ଯୁଦ୍ଧଜାହାଜର ସବୁ ସିଷ୍ଟମ ସହ ଯୋଡ଼ା ଯାଇଛି। ଦୃଢ ସାମୁଦ୍ରିକ ପରୀକ୍ଷଣ ପରେ ଏହାକୁ ସ୍ୱୀକାର କରାଯାଇଛି। ପରୀକ୍ଷଣରେ ବିଭିନ୍ନ ନୌସୈନିକ ଓ ଏୟାର ପ୍ଲାଟଫର୍ମର ବ୍ୟବହାର କରାଯାଇଛି। ଏହି ଉପଲବ୍ଧି ଟାଟା ଆଡଭାନ୍ସଡ୍ ସିଷ୍ଟମ (ଟିଏଏସଏଲ) ଓ ଇନ୍ଦ୍ରା ମଧ୍ୟରେ ୨୦୨୦ ରେ ହୋଇଥିବା ଚୁକ୍ତିର ଫଳାଫଳ। ଏହି ଚୁକ୍ତିରେ ୨୩ଟି ରାଡାରର ଡେଲିଭରୀର ପ୍ରାବଧାନ ଅଛି,ଯେଉଁଥିରେ ତିନୋଟି ପୂରା ଇନ୍ଦ୍ରାରୁ ଆସିବ। ଅନ୍ୟ ୨୦ଟି ଟାଟା ଭାରତରେ ଆସେମ୍ୱଲ କରିବ। ଟାଟା କର୍ଣ୍ଣାଟକରେ ଏକ ରାଡାର ଆସେମ୍ୱଲି , ଇଣ୍ଟିଗ୍ରେସନ ଓ ଟେଷ୍ଟିଂ ସୁବିଧା ସ୍ଥାପନ କରିଛି , ଯାହା ଡେଲିଭରିକୁ ଦ୍ରୁତ କରିବ।

​​​​​​​TASL ର ସିଇଓ ଏବଂ ଏମଡି ସୁକର୍ଣ୍ଣ ସିଂହ କହିଛନ୍ତି ଯେ, ଇନ୍ଦ୍ର ସହ ଆମର ସହଯୋଗ ଭାରତରେ ରାଡାର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବାର ପ୍ରତୀକ। ଆମେ ସ୍ଥାନୀୟ ସପ୍ଲାଇ ଚେନ୍ ଏବଂ ପ୍ରଯୁକ୍ତିବିଦ୍ୟାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛୁ। ଇନ୍ଦ୍ରାର ନେଭଲ ବିଜନେସ୍ ୟୁନିଟ୍ର ହେଡ୍ ଆନା ବୁଏଣ୍ଡିଆ କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ରାଡାର ଡେଲିଭରିରୁ ଆଗରେ ରହିଛି। ଆମେ ବେଙ୍ଗାଲୁରୁରେ ଟାଟା ସହ ରାଡାର ଫ୍ୟାକ୍ଟ୍ରି ତିଆରି କରିଛୁ , ଯାହା ଆମକୁ ସ୍ଥାନୀୟ ଉତ୍ପାଦନ ଓ ସେବା ପ୍ରଦାନ କରିବାରେ ସାହାଯ୍ୟ କରିବ। ଏହି ରାଡାର ଭାରତୀୟ ନୌସେନାର ଫ୍ରିଗେଟ୍, ଡିଷ୍ଟ୍ରାୟର ଓ ଏୟାରକ୍ରାଫ୍ଟ କ୍ୟାରିୟରରେ ସ୍ଥାପନ କରାଯିବ।

ପ୍ରଥମ କମିଶନଡ୍ ରାଡାର ଏକ ଯୁଦ୍ଧଜାହାଜରେ ସ୍ଥାପିତ ହୋଇଛି। ବାକିଗୁଡ଼ିକ ଖୁବ୍ ଶୀଘ୍ର ଆସିବ। ଏହା ନୌସେନାର ଅନୁଧ୍ୟାନ କ୍ଷମତାକୁ ମଜବୁତ୍‌ କରିବ। ବିଶେଷକରି ଶତ୍ରୁର ଡ୍ରୋନ୍‌ , ଜେଟ୍‌ ଓ ମିସାଇଲର ବିରୋଧରେ। ଇନ୍ଦ୍ରାର ଲାଞ୍ଜା-ଏନ୍ ରାଡାର ମଡ୍ୟୁଲର , ସଲିଡ୍-ଟେଷ୍ଟ ଓ ପଲ୍ସଡ ଟେକ୍ଟିକଲ ରାଡାରଅଛି, ଯାହା ସମସ୍ତ ପ୍ରକାରର ଆକାଶ ଏବଂ ଭୂପୃଷ୍ଠ ଟାର୍ଗେଟକୁ ଟ୍ରାକ୍ କରେ।