ଭୁବନେଶ୍ୱର ୦୫/୧୧: ଚଳନ୍ତା ଟ୍ରେନ୍ ଉପରକୁ ଗୁଳି ମାଡ଼ । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି । ଏମିତି ଘଟଣା ଘଟିଛି ଭଦ୍ରକ ଷ୍ଟେସନର ୧୧୯ ନଂ ଗେଟ ନିକଟରେ ଘଟିଛି । ଟ୍ରେନ୍ ଉପରକୁ ଗୁଳି ମାଡ଼ ହୋଇଥିବା ନେଇ ନନ୍ଦନକାନନ ଏକ୍ସପ୍ରେସର ଟ୍ରେନ ଗାର୍ଡ ଅଭିଯୋଗ କରିଛନ୍ତି । ତେବେ ଏହା ଫାୟାରିଂ ନା ଆଉ କିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏଥିସହ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାକୁ ନେଇ ବି ଆରମ୍ଭ ହୋଇଛି ଛାନଭିନ୍ ।
ସୂଚନା ଥାଉକି, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ଏହି ସମୟରେ ଟ୍ରେନ୍ଟି ଭଦ୍ରକ ଷ୍ଟେସନରୁ ଛାଡୁଥିବା ବେଳେ ଘଟଣା ଘଟିଥିବା ନେଇ ସମ୍ପୃକ୍ତ ଟ୍ରେନ ଥିବା ଗାର୍ଡ ଅଭିଯୋଗ କରିଛନ୍ତି । ଏନେଇ ଭଦ୍ରକ ଷ୍ଟେସନ ମ୍ୟାନେଜର ପୋଲିସ୍କୁ ସୂଚନା ଦେଇଥିଲେ।
ଏହାପରେ ତୁରନ୍ତ GRP ପୁଲିସ୍ ଓ ସ୍ଥାନୀୟ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରେନ୍ ଲାଇନ୍ରୁ କୌଣସି ଗୁଳି ମିଳି ନାହିଁ । ସେଠାରେ ନୂଆ ଟ୍ରେନ ଲାଇନ କାମ ହେଉଛି । ବଡ଼ ବଡ଼ ବୋଲଡର ଛିଟିକି ପଡିଛି କିମ୍ବା ସତରେ ଫାୟାରିଂ ହୋଇଛି ତାହାର ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଟ୍ରେନ କିମ୍ବା ଗାର୍ଡଙ୍କର କୌଣସି କ୍ଷତି ହୋଇ ନ ଥିବା ଷ୍ଟେସନ ମ୍ୟାନେଜର କହିଛନ୍ତି ।