ରାଜଧାନୀ ଉପକଣ୍ଠରେ ଗୁଳିମାଡ଼, ପୂର୍ବଶତ୍ରୁତାକୁ ନେଇ ଫାୟାରିଂ

Published By : Prameya-News7 Bureau | May 08, 2025 IST

ଭୁବନେଶ୍ୱର ୦୮।୦୫ : ରାଜଧାନୀ ଉପକଣ୍ଠ ପାଣିଓରା ଗାଁରେ ଗୁଳିମାଡ଼ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଗୁଳିମାଡ଼ ହୋଇଛି । ଯେଉଁଥିରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଶ୍ୱଜିତ ସାହୁ ଓ ପୂର୍ଣ୍ଣଙ୍କ ମଧ୍ୟରେ ବିବାଦ ଚାଲିଥିଲା । ଯାହାର ପରିଣତି ଏବେ ଗୁଳିମାଡ଼ ହୋଇଛି । ଯେଉଁଥିରେ ପୂର୍ଣ୍ଣଚନ୍ଦ୍ରଙ୍କ ଡାହାଣ କାନ୍ଧରେ ବାଜିଛି ଗୁଳି। ପୁର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିସ୍ଥା ପରେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡରେ ସଂପୃକ୍ତ ବିଶ୍ୱଜିତ୍‌ ସାହୁକୁ ଗିରଫ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.