ଝାରସୁଗୁଡ଼ା ୦୭।୦୯ : ଝାରସୁଗୁଡ଼ା ରେଳବାଇ କଲୋନୀରେ ଅଘଟଣ । ରେଳବାଇ କର୍ମଚାରୀ ଦଶରଥ ସୁନାଙ୍କ ଘରକୁ ୬ରାଉଣ୍ଡ ଗୁଳିମାଡ଼ ହୋଇଛି । ତେବେ ଗୁଳିମାଡ଼ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ାର ରେଳବାଇ କଲୋନୀରେ ଗୁଳିମାଡ଼ ହୋଇଛି। ରେଳବାଇ କର୍ମଚାରୀ ଦଶରଥ ସୁନାଙ୍କ ଘରକୁ ୬ରାଉଣ୍ଡ ଗୁଳି ଫାଇରିଂ ହେଇଥିବା ସୂଚନା ମିଳିଛି। ଘର କବାଟକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ଗୁଳି ବାଜି ଘର ଭିତରେ ଥିବା କୁଲର କଣା ହୋଇଯାଇଛି। ତେବେ ସୌଭାଗ୍ୟ ବଶତଃ ଜନଜୀବନ ହାନି ହୋଇନି। ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋକା ଜବତ କରି ତଦନ୍ତ ଚଳାଇଛି ।