ଭୁବନେଶ୍ବର ୨୬।୩: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଆପାର୍ଟମେଣ୍ଟ ଲିଫ୍ଟରେ ନିଆଁ ଲାଗିଥିବା ଜଣାପଡିଛି । ସେହି ନିଆଁରେ ଫସିଯାଇଥିଲେ ଜଣେ ମହିଳା । ଠିକ୍ ସମୟରେ ପହଞ୍ଚିଗଲେ ଅଗ୍ନିଶମ ବାହିନୀ । ନିଆଁ ଭିତରୁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ସୂଚନା ମିଳିିଛି ।

ଲିଫ୍ଟ ନିଆଁରେ ଫସିଲେ ମହିଳା

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଶ୍ରୀ ବିହାର ବାଦଶାହ କର୍ଣ୍ଣର ଆପାର୍ଟମେଣ୍ଟରେ ଗୁରୁବାର ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହି ଆପାର୍ଟମେଣ୍ଟର ଲିଫ୍ଟରେ ନିଆଁ ଲାଗିଯାଇଥିଲା । ଲିଫ୍ଟରେ ନିଆଁ ଲାଗିଥିବା ବେଳେ ସେଥିରେ ଜଣେ ମହିଳା ଫସିଯାଇଥିଲେ । ଏହା ଦେଖି ଆପାର୍ଟମେଣ୍ଟ ବାସିନ୍ଦା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ବାଲି ପକାଇ ଲିଫ୍ଟରେ ଲାଗିଥିବା ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ମଧ୍ୟ ନିଆଁ ଲାଗିବା ନେଇ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଲିଫ୍ଟରେ ଫସିଥିବା ମହିଳା ଜଣଙ୍କ ସୁରକ୍ଷିତ ଥିବା ଜଣାପଡିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ଲିଫ୍ଟରେ ନିଆଁ ଲାଗିଥିବା ସୂଚନା ରହିଛି । ଆପାର୍ଟମେଣ୍ଟଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।

Also Read:- Marichi kunda Water: ପୂରଣ ହେବ ମନୋସ୍କାମନା, ପାଣିରେ ଗାଧୋଇଲେ ଅପୁତ୍ରିକକୁ ମିଳିବ ପୁତ୍ର​​​​​​​​​​​​​​