ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ବିଶେଷାଧିକାର ହନନ ପ୍ରସ୍ତାବ ଆଣିବେ ସରକାର, ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଲେ ଚେତାବନୀ

NEWS7
filmfare-withdraw-kangana-ranaut-nomination-after-her-malicious-comments

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ନିଜ ଭାଷଣକୁ ନେଇ ବିବାଦ ଘେରକୁ ଆସିଛନ୍ତି । ଏବେ ସରକାର ତାଙ୍କ ବିରୁଦ୍ଧରେ ବିଶେଷାଧିକାର ହନନ ନୋଟିସ୍ ଆଣିବାକୁ ଯାଉଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ନେତା ଅଧିକାଂଶ ସମୟରେ ମନଗଢା କାହାଣୀ ଓ ମିଛ ଅଭିଯୋଗ ଲଗାଉଛନ୍ତି । ଏହା ଦ୍ୱାରା ଗୃହର ମର୍ଯ୍ୟାଦାହାନୀ ହେଉଛି । ସେ ବୁଧବାର ବଡ଼ ବୟାନ ଦେଇ କହିଛନ୍ତି, ବିରୋଧ ଦଳ ନେତା ରାହୁଲ ଗାନ୍ଧୀ ଆଜି ବି ଭୁଲ ବୟାନ ଦେଇ ଗୃହକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ, ଏଥିପାଇଁ ଆଜି ସଂଧ୍ୟା ୫ଟା ସୁଦ୍ଧା ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି, ନଚେତ ତାଙ୍କ ବିରୁଦ୍ଧରେ ବିଶେଷାଧିକାର ହନନ ପ୍ରସ୍ତାବ ଅଣାଯିବ ।

କିରେନ ରିଜିଜୁ କହିଛନ୍ତି, ଗୃହରେ ବିଭ୍ରାନ୍ତିକର ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରିଭିଲେଜ୍ ନୋଟିସ୍ ଫାଇଲ୍ କରିବାକୁ ଯାଉଛୁ । ଲୋକସଭା ଓ ରାଜ୍ୟସଭାରେ ନିୟମାବାଳୀରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଯେତେବେଳେ କୌଣସି ସଦସ୍ୟ ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ଚାହାନ୍ତି, ତେବେ ପ୍ରଥମ ନୋଟିସ୍ ଦେବାକୁ ପଡ଼ିବ ଓ ଅଭିଯୋଗକୁ ପ୍ରମାଣିତ କରିବାକୁ ହେବ । ମୁଁ ଅନୁରୋଧ କରୁଛି ଯେ ରାହୁଲ ଗାନ୍ଧୀଙ୍କୁ ଗୃହକୁ ଡକାଯାଉ ଫଳରେ ସେ ତାଙ୍କ କଥାକୁ ପ୍ରମାଣିତ କରିପାରିବେ । ରାହୁଲ ଗାନ୍ଧୀ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବେକାର ଓ ମିଛ ଅଭିଯୋଗ ଲଗାଇଛନ୍ତି । ସେ ବିନା କୌଣସି ନୋଟିସରେ ହରଦୀପ ସିଂହ ପୁରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ।