ସିଦ୍ଧାର୍ଥଙ୍କ ନାୟିକା ସାଜିବେ କ୍ରିତି, ରୋମାଣ୍ଟିକ୍ ଫିଲ୍ମରେ ଏକାଠି ଆସିବେ ନଜର

Published By : Prameya-News7 Bureau | May 20, 2024 IST

ମୁମ୍ଵାଇ ୨୦।୦୫: କ୍ରିତି ସାନନ୍‌ ଏବେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ।   ଚଳିତବର୍ଷ ରିଲିଜ୍‌ ହୋଇଥିବା ତାଙ୍କର ଦୁଇଟି ଯାକ ଫିଲ୍ମ ତେରି ବାତୋଁ ମେଁ ଐସା   ଉଲ୍‌ଝା ଜିୟା’ ଓ କ୍ରୁକୁ ବେଶ୍‌ ଦର୍ଶକୀୟ ଆଦୃତି ମିଳିଛି । ବକ୍ସ ଅଫିସ୍‌ରେ  ମଧ୍ୟ ସେଗୁଡି଼କର ପ୍ରଦର୍ଶନ ଭଲ ରହିଛି । ଆଗକୁ କ୍ରିତିଙ୍କୁ ଅଭିନେତା  ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଏକ ଫିଲ୍ମରେ ଦେଖିବାକୁ ମିଳିପାରେ ବୋଲି   କୁହାଯାଉଛି । ତାହା ଏକ ରୋମାଣ୍ଟିକ୍‌ ଫିଲ୍ମ ହେବ । ସେଥିରେ କ୍ରିତିଙ୍କ  ଚରିତ୍ରକୁ ବହୁତ ଗୁରୁତ୍ୱ ମିଳିବ ବୋଲି ରିପୋର୍ଟ ଆସିଛି । ନିକଟରେ  କ୍ରିତି ଓ ସିଦ୍ଧାର୍ଥଙ୍କୁ ମ୍ୟାଡକ୍‌ ଫିଲ୍ମସ ଅଫିସ୍‌ ବାହାରେ ଏକତ୍ର ଦେଖିବାକୁ   ମିଳିଥିଲା । 

ଏହାପରେ ଏହି ଖବରକୁ ନେଇ ଚର୍ଚ୍ଚା ବଢ଼ିଯାଇଛି । ମ୍ୟାଡକ୍‌  ଫିଲ୍ମସର ଏକ ଲଭ୍‌ ଷ୍ଟୋରିରେ ସେମାନଙ୍କୁ ଦେଖିବାକୁ  ମିଳିପାରେ ବୋଲି କୁହାଯାଉଛି । ତେବେ ସେମାନଙ୍କ  ପକ୍ଷରୁ ଏ ସଂପର୍କରେ କିଛି ଆନୁଷ୍ଠାନିକ ଭାବେ  ଘୋଷଣା କରାଯାଇନାହିଁ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ କ୍ରିତିଙ୍କୁ ଆଗକୁ ଦୋ  ପତ୍ତିରେ ଦେଖିବାକୁ ମିଳିବ । ସେହି  ଥ୍ରିଲରରେ ତାଙ୍କ ସହିତ କାଜୋଲ ଓ  ତନ୍‌ଭି ଆଜମୀଙ୍କ ଭଳି କଳାକାର  ନଜର ଆସିବେ । କ୍ରିତି ଏହି  ଫିଲ୍ମର ପ୍ରଯୋଜିକା ମଧ୍ୟ ଅଛନ୍ତି ।  ଶଶାଙ୍କ ଚତୁର୍ବେଦୀ ଫିଲ୍ମର  ନିର୍ଦ୍ଦେଶନା ଦେଉଥିବାବେଳେ  ତାହା ନେଟ୍‌ଫ୍ଲିକ୍ସରେ ରିଲିଜ୍‌  ହେବ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.