ଚିନାମାଳିପଶି ଗାଁରେ ଅଘଟଣ, ଝିଆରୀକୁ ବଞ୍ଚାଇବାକୁ ଯାଇ ବଡ଼ବାପାଙ୍କ ଜୀବନ

Published By : Prameya-News7 Bureau | August 25, 2025 IST

BREAKING NEWS

ପାଟଣା ୨୫।୦୮ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ଗାଁ ତଣ୍ଡିଆ ସାହିରେ ଅଘଟଣ । ବିଦ୍ୟୁତ ଆଘାତରୁ ଝିଆରୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବଡ଼ବାପାଙ୍କ ଜୀବନ । ମୃତକ ହେଲେ ଦୁର୍ଯ୍ୟୋଧନ ବେହେରା । ଏହି ଦୁର୍ଘଟଣାରେ ଝିଆରୀ ଅଞ୍ଜଳି ବେହେରା ଓ କକା ଦୁଃଶାସନ ବେହେରା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ, ସୋମବାର ସକାଳୁ ଝିଆରୀ ଅଞ୍ଜଳି ବେହେରା ଲୁଗା ଶୁଖାଉଥିଲେ । ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ । ଏହା ଦେଖି ବଡ଼ବାପା ଏବଂ କକା ଅଞ୍ଜଳିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ବିଦ୍ୟୁତ ଆଘାତରେ ବଡ଼ବାପା ଦୁର୍ଯ୍ୟୋଧନ ବେହେରା ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଝିଆରୀ ଅଞ୍ଜଳି ବେହେରା ଓ କକା ଦୁଃଶାସନ ବେହେରା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ  ପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.