ବାଲିପାଟଣା ୧୬।୮: ବାଲିପାଟଣାରେ ଯୁବକ ପୋଡି ଘଟଣାରେ ମୃତ ଯୁବକଙ୍କ ବାପା ଓ ସାବତ ଭାଇ ଗିରଫ ହୋଇଛନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ତେବେ ଏମ୍ସରେ ମୃତ ଯୁବକଙ୍କ ପୋଷ୍ଟମର୍ଟମ କରାଯିବା ନେଇ ସୂଚନା ମିଳିଛି ।
ସେପଟେ ନ୍ୟାୟ ଦେବା ପାଇଁ ଜ୍ୟୋତିଙ୍କ ପତ୍ନୀ ଦାବି କରିଛନ୍ତି । ସାବତ ଭାଇ, ମା’, ଯା ଓ ବାପା ମିଶି ଜ୍ୟୋତିଙ୍କୁ ପୋଡ଼ିଦେଇଥିବା ଅଭିଯୋଗ ଆଣିଛନ୍ତି । ପୋଲିସ କେବଳ ବାପା ଓ ସାବତ ଭାଇକୁ ଗିରଫ କରିଥିବା ବେଳେ ଶାଶୁ, ଯା ଓ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିନାହାନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ଦେବା ପାଇଁ ଜ୍ୟୋତିଙ୍କ ପତ୍ନୀ ଓ ସଢ଼ୁ ଦାବି କରିଛନ୍ତି । ଜ୍ୟୋତିଙ୍କ ପତ୍ନୀ ଓ ତାଙ୍କର ୧୦ ବର୍ଷର ପୁଅ ଥିବାରୁ ତାଙ୍କୁ ସରକାର ସାହାଯ୍ୟ କରିବା ପାଇଁ ଏମାନେ ନିବେଦନ କରିଛନ୍ତି । ଦୀର୍ଘ ୧୦ ବର୍ଷରୁ ପରିବାରରେ ଜମିବାଡ଼ି ବିବାଦକୁ ନେଇ କଳହ ଲାଗି ରହିଥିଲା ।
ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା, ଏମ୍ସରେ ଆଖିବୁଜିଲେ ଚିକିତ୍ସାଧୀନ ଜ୍ୟୋତି
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଜ୍ୟୋତି ଘରେ ଥିବା ବେଳେ ତାଙ୍କ ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଜ୍ୟୋତି ଜଳୁଥିବା ତାଙ୍କ ସ୍ତ୍ରୀ ଏଦାଦେଖି ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକ ଏବଂ ବାଲିପାଟଣା ପୋଲିସ ଜ୍ୟୋତିଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ ଏମ୍ସ ମେଡିକାଲକୁ ବି ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଶନିବାର ଭୋର ସମୟରେ ଜ୍ୟୋତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଡାକ୍ତର ଘୋଷଣା କରିଛନ୍ତି । ଦେହରେ ଶତ ପ୍ରତିଶତ ପୋଡ଼ିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି । ସମ୍ପତ୍ତି ଭାଗ-ବଣ୍ଟା ନେଇ ସାବତ ଭାଇ ଓ ବାପାଙ୍କ ସହିତ ବିବାଦ ଲାଗି ରହିଥିଲା ।
You Can Read:
ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଢିଲା, ମନ୍ଦିର ଉପରେ ଚଢିବା ବେଳେ ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ