ଆଠଗଡ଼ ୦୪।୦୯ : ନ୍ୟାୟ ନମିଳିବା ଯାଏଁ ଚାଲିବ ଆନ୍ଦୋଳନ। ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ। ଆଠଗଡ଼ ସମବାୟ ସମିତିରେ ହୋଇଥିବା ଋଣ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି ଗାଁ ଲୋକେ।  

ଆଠଗଡ଼ର ୨୬ଟି ସମବାୟ ସମିତି ସହ ଗୁରୁଡିଝାଟିଆ ଅଞ୍ଚଳର କିଛି ଚାଷୀମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ୨୦୧୯ରୁ ଅଭିଯୋଗ କରିଆସୁଛନ୍ତି । ଏପିରିକି ସେ ସମୟରେ ଚାଷୀମାନେ ମନ୍ତ୍ରୀଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ । କିନ୍ତୁ ଚାଷୀଙ୍କ କଥା କେହି ଶୁଣିନଥିଲେ। ସମବାୟ ବ୍ୟାଙ୍କରୁ ୠଣ ନେଇଥିବା ଚାଷୀଙ୍କ ତାଲିକା ସର୍ବସାଧାରଣ କରିବାକୁ ଚାଷୀମାନେ ଦାବି କରିଥିଲେ । ଯାହାକି ଏବେ ଯାଏଁ ହୋଇପାରିଲାନାହିଁ । ଅନ୍ୟପଟେ ଚାଷୀଙ୍କ ନାଁରେ ବ୍ୟାଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ତୁରନ୍ତ ୠଣ ପରିଶୋଧ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ନୋଟିସ କରାଯାଇଛି ।