ଭୁବନେଶ୍ୱର,୧୫/୧୧: ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି । ତାଙ୍କୁ ଭୁବନେଶ୍ବର ଏମ୍‌ସ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ଲିଭର୍‌ ଖରାପ ଥିବାବେଳେ କିଡ୍‌ନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି । 


ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ଥିତି ସାଂଘାତିକ ବିଗିଡ଼ିଯାଉଛି । କିଡନୀ ସମସ୍ୟା ଯୋଗୁଁ ସେ କଟକର ଘରୋଇ ଡାକ୍ତର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଶୁକ୍ରବାର ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।  ଲିଭର୍‌ ଓ କିଡ୍‌ନି ସହିତ ହ୍ୟୁମାନ୍‌ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି।

ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଛି। ଏକ୍‌ମୋ ବିଶେଷଜ୍ଞ ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ବହୁ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସାଗର ଘରେ ଘରେ ପରିଚିତ।