LIVE TV
LIVE TV

୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବେ କି ବିରାଟ ? ଏମିତି କହିଲେ ବ୍ୟାଟିଂ କୋଚ୍...

NEWS7
family-members-of-the-deceased-protest-in-front-of-the-police-station-in-basudevpur-

ରାଞ୍ଚି,୦୧ /୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଦିନିକିଆରେ ଦମଦାର ବ୍ୟାଟିଂ କରିଛନ୍ତି ବିରାଟ କୋହଲି । ଛକା ଚଉକା ବର୍ଷା କରିବା ସହ ହାସଲ କରିଛନ୍ତି ଶତକ । ଏହାସହ ନିଜ ସମାଲୋଚକଙ୍କୁ ବ୍ୟାଟରେ ଜବାବ ଦେଇଛନ୍ତି । କେବଳ ଏତିକି ନୁହେଁ ମୁକାବିଲାରେ ମାଇଲଷ୍ଟୋନ୍ ପ୍ରତିଷ୍ଠା କରିଛନ୍ତି ରନ୍ ମେସିନ୍ । ଯାହାକୁ ନେଇ ସେ ୨୦୨ ଦିନିକିଆର ପ୍ରମୁଖ ଦାବିଦାର ଭାବେ ନିଜକୁ ପ୍ରମାଣିତ କରିଛନ୍ତି ।

ମ୍ୟାଚ୍ ପରେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟାକଙ୍କୁ ବିରାଟଙ୍କ ବାବଦରେ ଅନେକ କିଛି ପଚରାଯାଇଥିଲା । କିଛି ସାମ୍ବାଦିକ ବିରାଟଙ୍କ ଭବିଷ୍ୟତ ବାବଦରେ ସିତାଂଶୁଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସେ କହିଥିଲେ ଯେ, କୌଣସି ବିଷୟରେ କିଛି ପଚାରନ୍ତୁନାହିଁ । ଅର୍ଥାତ ସେ ବିରାଟଙ୍କ ଭବିଷ୍ୟତ ନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ।

ତେବେ ବିରାଟଙ୍କ ପ୍ରଦର୍ଶନକୁ ନେଇ ସେ କହିଛନ୍ତି ଯେ, କୋହଲି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ସେ ଜଣେ ଭଲ ଖେଳାଳି । ଦାୟିତ୍ୱ ନେବା ସେ ଭଲ ଭାବେ ଜାଣିଛନ୍ତି । ଯେପରି ଭାବେ ସେ ବ୍ୟାଟିଂ ପ୍ରଦର୍ଶନ କଲେ ତାହା ଉଲ୍ଲେଖନୀୟ । ସେ ଯେଭଳି ଭାବେ ବ୍ୟାଟିଂ କରୁଛନ୍ତି ଏବଂ ତାଙ୍କର ଫିଟନେସ୍ ଯେପରି ଅଛି ଭବିଷ୍ୟତକୁ ନେଇ କିଛି ପ୍ରଶ୍ନ ପଚାରିବା କଥା ନୁହେଁ । ତାଙ୍କ ବ୍ୟାଟିଂକୁ ସମସ୍ତେ ଉପଭୋଗ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଉଭୟ ରୋହିତ ଏବଂ ବିରାଟ ଭଲ ଖେଳୁଛନ୍ତି । ତାଙ୍କଠାରୁ ଯୁବପୀଢି ଅନେକ କିଛି ଶିଖିବାକୁ ପାଉଛି । ଯାହା ଆଗାମୀ ଦିନରେ ଦଳ ପାଇଁ ଭଲ ହେବ । ଏବେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରାଯିବାର ଆବଶ୍ୟକତା ନଥିବା ସେ ପ୍ରକାଶ କରିଛନ୍ତି ।