LIVE TV

ଏଫ୍.ଏମ୍ ପୀଡିତା ପ୍ରସଙ୍ଗରେ କମ୍ପିଲା ବିଧାନସଭା, ଶାସକ-ବିରୋଧୀ କଥା କଟାକଟି

NEWS7
assembly

ଭୁବନେଶ୍ବର ୨୪/୦୯: ବିଧାନସଭାରେ ଉଠିଲା ବାଲେଶ୍ବର ଏଫ୍.ଏମ୍‌ ପୀଡିତାଙ୍କ ପ୍ରସଙ୍ଗ। ପୀଡିତାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଗୃହରେ ବିଜେଡି-ବିଜେପି ମୁହାଁମୁହିଁ । ABVP ଆଦର୍ଶକୁ ବିଶ୍ବାସ କରୁଥିବା ପୀଡିତା ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ । ତା ପରେ ମଧ୍ୟ କେହି ଶୁଣିନଥିଲେ । ପୋଲିସ ତଦନ୍ତ ପରେ ABVPର ୨ ଛାତ୍ର ଗିରଫ ହେଲେ । ଏହି ୨ଜଣ ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଚାପ ପକାଉଥିବାର କଲ୍‌ ରେକର୍ଡିଂ ଥିବା କହିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ସେପଟେ ପଏଣ୍ଟ ଅଫ ଅର୍ଡ ଆଣି ଗୌତମଙ୍କ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍‌ ଦେବାକୁ ଦାବି କରିଥିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ମାନସ ଦତ୍ତ ।ମାମଲା କୋର୍ଟରେ ଥିବାବେଳେ କଲ୍‌ ରେକର୍ଡିଂ ତଥ୍ୟ କେଉଁଠୁ ଆଣିଲେ ତାହା ସାର୍ବଜନୀନ କରନ୍ତୁ ନଚେତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ମାନସ । ଉତ୍ତରରେ ବିଧାୟକ ଗୌତମ ଦାସ କହିଥିଲେ ପୀଡିତାଙ୍କ ବାପାଙ୍କୁ ପୋଲିସ କଲ୍‌ ରେକର୍ଡିଂ ଶୁଣାଇଛି ଓ ସେ ତାଙ୍କୁ କହିଛନ୍ତି । ଉଭୟଙ୍କ କଥା କଟାକଟିକୁ ନେଇ ଗୃହ ବେଶ ସରଗରମ ହୋଇଥ ।