LIVE TV

ତିଗିରିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ

NEWS7
athagarh

ଆଠଗଡ଼ ୨୩।୦୯ : କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଭିରୁଡ଼ାରେ ବଡ଼ ଧରଣର ଅବକାରୀ ଚଢ଼ାଉ। ପ୍ରଶାସନ ତରଫରୁ ବଡ଼ଧରଣର ରେଡ୍ ସହ ମଦ ପ୍ରସ୍ତୁତ ହେଉଥିବା ଘରେ ବୁଲିଲା ବୁଲଡୋଜର। ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ ହୋଇଛି

ଖବର ଅନୁଯାୟୀ, ମାଫିଆମାନେ ମଦ ପ୍ରସ୍ତୁତ କରି ଚାଲାଣ ପାଇଁ ଅଲଗା ସ୍ଥାନରେ ଗୋପନରେ ମହଜୁଦ ରଖିଥିଲେ। ଯାହା ସଂପର୍କରେ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲେ । ଏହି ଚଢାଉରେ ହଜାର ହଜାର ଲିଟର ପୋଚ ଓ ଦେଶୀ ମଦକୁ ଜବତ କରାଯିବା ସହ ନଷ୍ଟ କରାଯାଇଛି । ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଭିରୁଡା ପଣସପାଟଣାରେ ଏକ ବଡ଼ଧରଣର ଅବକାରୀ ଚଢ଼ାଉ ।