LIVE TV

୮ବର୍ଷ ପରେ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା, ନଭେମ୍ବର ୩ ରୁ ଡିସେମ୍ବର ୧୮ ଯାଏଁ ଚାଲିବ

NEWS7
ex-wife came out in support of a.r. rehman

ଛତ୍ରପୁର ୨୧୧: ୮ ବର୍ଷ ପରେ ହେବାକୁ ଯାଉଛି ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା । ପଞ୍ଚମ ଜାତୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା ଚଳିତ ମାସ ୩ରୁ ଡିସେମ୍ବର ୧୮ ର୍ଯ୍ୟନ୍ତ ଏହି ଜନଗଣନା କାର୍ଯ୍ୟ ଚାଲିବ । ଏହି ଜନଗଣନା ଯେପରି ତ୍ରୁଟିମୁକ୍ତ ଓ ସୁବିଧା ପାଇଁ ପ୍ରଥମ ଥର କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ବ୍ୟାସଭାରତ ମୋବାଇଲ ଆପ୍ ଜରିଆରେ ସର୍ଭେ କରାଯିବ । ଓଡ଼ିଶାରେ ୬ଟି ସମୁଦ୍ର କୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବସବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ନିର୍ଭରଶୀଳ ଥିବା ମତ୍ସ୍ୟଜୀଜୀ ପରିବାରଙ୍କୁ ସର୍ଭେ କରାଯିବ । ଶେଷଥର ପାଇଁ ୨୦୧୬ରେ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା ହୋଇଥିଲା ।

ପ୍ରତି ୫ ବର୍ଷରେ ଥରେ ହେବାକୁ ଥିବାବେଳେ ୨୦୨୧ରେ କୋଭିଡ୍ ପାଇଁ ଏହା ହୋଇପାରିନଥିଲା । ଜନଗଣନା କରାଯାଇ ସେମାନଙ୍କ ପରିବାରର ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୂରଣ ନିମନ୍ତେ ପଦକ୍ଷେପ ନିଆଯାଇଥାଏ । ଏହି ସର୍ଭେ ପରେ ଯେଉଁ ତଥ୍ୟ ଆସିବ ତାହାକୁ ଆଧାରକରି କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ପଦକ୍ଷେପ ନେବେ

ଗଞ୍ଜାମ ଜିଲ୍ଲାରେ ୪ଟି ଉପକୂଳ ବ୍ଲକ ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର ଓ ଗଞ୍ଜାମ ବ୍ଲକର ୨୭ ଗୋଟି ସାମୁଦ୍ରିକ ମତ୍ସ୍ୟଜୀବୀ ଗାଁ ରହିଛି । ଯେଉଁମାନେ ସର୍ଭେ କାର୍ଯ୍ୟରେ ସାମି ହେବେ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି । ଏବେ ୪ଟି ବ୍ଲକର  ୩୦ଗୋଟି ସାମୁଦ୍ରିକ ମତ୍ସ୍ୟଜୀବୀ ଗାଁରେ ପୂର୍ବରୁ ସାଗର ମିତ୍ର ଜରିଆରେ ସଚେତନତା ମଧ୍ୟ କରାଯାଇଛି । ତାଲିମପ୍ରାପ୍ତ ଗଣନାକାରୀ ମାନେ ସର୍ଭେରେ ନିୟୋଜିତ ହୋଇ ଘର ଘର ବୁଲି ଗଣନା କରିବେ । ଏହି ଗଣନାରେ ଓଡ଼ିଶାର ମତ୍ସ୍ୟଗ୍ରାମ, ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ମତ୍ସ୍ୟ ଭିତ୍ତିଭୂମି ତଥା ମତ୍ସ୍ୟ କ୍ଷେତ୍ରର ତଥ୍ୟକୁ ସାମିଲ କରାଯିବ ।

୨୦୧୬ ସର୍ଭେ ରିର୍ପୋର୍ଟରେ ୭୩୯ଟି ସାମୁଦ୍ରିକ ମତ୍ସ୍ୟଜୀବୀ ଗାଁରେ ୧ ଲକ୍ଷ ୧୫ ହଜାର ୨୨୮ ଟି ପରିବାର ବସବାସ କରୁଥିଲେ ।  ବାଲେଶ୍ୱରରେ ୩୩୫ ଗ୍ରାମରେ ୪୨ ହଜାର ୭୮୩ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାର, ଭଦ୍ରକରେ ୧୨୩ଟି  ଗ୍ରାମରେ ୧୫ ହଜାର ୯୯୩, କେନ୍ଦ୍ରପଡାରେ ୧୧୪ଟି ଗ୍ରାମରେ ୧୬ ହଜାର ୧୧୭,ଜଗତସିହଂପୁରରେ ୧୦୬ ଗ୍ରାମରେ ୧୭ ହଜାର ୮୪୮, ପୁରୀରେ ୩୪ଟି ଗ୍ରାମରେ ୧୨ ହଜାର ୪୨୭ ଓ ଗଞ୍ଜାମ ଜିଲ୍ଲାରେ ୨୭ଟି ସାମୁଦ୍ରିକ ମତ୍ସ୍ୟଜୀବୀ ଗାଁରେ ୧୦ ହଜାର ୬୦ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାର ବାସବାସ କରୁଥିଲେ । ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପ୍ରକୃତ ସ୍ଥିତି ଜାଣିବା ପାଇଁ କେନ୍ଦ୍ର ସରକାର ଯେଉଁ ଜନଗଣନା କାର୍ଯ୍ୟ ଆରମ୍ଭ କରୁଛନ୍ତି ତାହା ଏକ ଉତ୍ତମ ପଦକ୍ଷେପ ଓ ସ୍ୱାଗତଯୋଗ୍ୟ । ଏହି ସର୍ଭେ ହେଲେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆସିପାରିବ । ‌ଯାହା ଫଳରେ ସରକାର ଏହି ତଥ୍ୟକୁ ନେଇ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ଉଚିତ ବୋଲି ବହୁ ମତ୍ସ୍ୟଜୀବୀ ମାନେ କହିଛନ୍ତି । ଏବେବି ଅନେକ ମତ୍ସ୍ୟଜୀବୀ ରହିଛନ୍ତି ଯେଉଁମାନେ ଶିକ୍ଷାରୁ ବଞ୍ଚିତ ଥିବା ସହ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ନାହିଁ, ଭଲ ଜେଟି କିମ୍ବା ଡଙ୍ଗା, ଜାଲ ରଖିବାକୁ ଭଲ ସ୍ଥାନ ନାହିଁ ବିଭିନ୍ନ ସମୟରେ ଲଘୁଚାପ ଆସୁଥିବାରୁ ସମୁଦ୍ରକୁ ମାଛ ଧରିବା ଉପରେ ବାରଣ ମଧ୍ୟ ରହିଛି ଯାହାକି ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଉଛି । ଏହି ଜନଗଣନା ଦ୍ୱାରା ମତ୍ସ୍ୟଜୀବୀଙ୍କ ସ୍ଥିତିରେ ଉନ୍ନତି ଆସିବ ବୋଲି ମତ୍ସ୍ୟଜୀବୀ ମାନେ ଆଶା ରଖିଥିବା ମତ୍ସ୍ୟଜୀବୀ ନେତା ଏନ.ଦିନବନ୍ଧୁ କହିଥିଲେ । ଏପରିକି ଏହି ଜଣଗଣନା ସମୟରେ ଆମେ ବି ସର୍ଭେ କାର୍ଯ୍ୟରେ ସେମାନଙ୍କୁ ସହଯୋଗ କରିବୁ ବୋଲି କହିଥିଲେ ।