LIVE TV

ପ୍ରତ୍ୟେକ ଟିମ୍ ଭାରତକୁ ହରାଇବାକୁ ସମର୍ଥ, ମ୍ୟାଚ୍ ପୂର୍ବରୁ ବାଂଲାଦେଶ କୋଚ୍‌ଙ୍କ ବଡ଼ ବୟାନ

NEWS7
IND vs BAN

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବା ସୁପର ୪ର ଆଉ ଏକ ମ୍ୟାଚ୍। ଏହା ପୂର୍ବରୁ ବାଂଲାଦେଶ କୋଚ୍ ବଡ଼ ବୟାନ ଦେଇଛନ୍ତି। ବାଂଲାଦେଶର ମୁଖ୍ୟ କୋଚ୍ ଫିଲ ସିମଙ୍ଗଙ୍କ କହିବା କଥା ଭାରତ ଅଜେୟ ନୁହେଁ। ବୁଧବାର ଯେବେ ତାଙ୍କ ଦଳ ଏସିଆ କପରେ ସୁପର ୪ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ଭେଟିବ ଏଥିରେ ତାଙ୍କ ଦଳକୁ କିଛି ଫରକ ପଡ଼ିବ ନାହିଁ ଯେ, ଟିମ୍ ଇଣ୍ଡିଆ ଗତ ୪ଟି ମ୍ୟାଚ୍‌ରେ କଣ ହାସଲ କରିଥିଲା।

ବାଂଲାଦେଶ ସୁପର ୪ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ଏଥିରେ ଦଳର ଆତ୍ମବିଶ୍ଵାସ ବୃଦ୍ଧି ପାଇଛି। ଭାରତୀୟ ଦଳ ପାକିସ୍ତାନକୁ ହରାଇବା ପରେ ବୁଧବାର ବାଂଲାଦେଶକୁ ଭେଟିବ।  ଓ୍ଵେଷ୍ଟଇଣ୍ଡିଜ ପାଇଁ ୧୯୮୭ରୁ ୧୯୯୯ ପର୍ଯ୍ୟନ୍ତ ଖେଳିଥିବା ସିମନ୍ସଙ୍କୁ ଯେବେ ପଚରାଗଲା ଯେ, କଣ ଏହି ଭାରତୀୟ ଦଳକୁ ହରାଇବା ସମ୍ଭବ ? ସେ ଉତ୍ତରରେ କହିଛନ୍ତି ଯେ, ପ୍ରତ୍ୟେକ ଦଳ ପାଖରେ ଏହି ଭାରତୀୟ ଟିମକୁ ହରାଇବାର କ୍ଷମତା ରହିଛି।

ସେ କହିଛନ୍ତି, ମ୍ୟାଚ୍ ଯେଉଁ ଦିନ ଖେଳାଯାଏ ତା ପୂର୍ବରୁ କଣ ହୋଇଛି ତାର ମହତ୍ଵ  କିଛି ରଖେନି। ଏହା ସେହି ସାଢେ ତିନି ଘଣ୍ଟାର ପ୍ରଦର୍ଶନ ଉପରେ ହିଁ ନିର୍ଭର କରେ। ଆମେ ନିଜ ପକ୍ଷରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ଆଶା କରୁଛୁ ଭାରତର ଦୁର୍ବଳତା ଖୋଜି ପାଇବୁ। ଏହା ହିଁ ମ୍ୟାଚ୍ ଜିତିବାର ସଠିକ୍ ଉପାୟ।

ଏହି ୬୨ ବର୍ଷୀୟ ପୂର୍ବତନ ଖେଳାଳି କହିଛନ୍ତି, ସେ ଭାରତ ସହ ଜଡ଼ିତ ଯେ କୌଣସି ମ୍ୟାଚ୍‌ର ମାହୋଲକୁ ବୁଝି ପାରୁଛନ୍ତି। ଆଶା କରୁଛି ଆମର ଖେଳାଳି ସେହି ମୁହୂର୍ତ୍ତର ଆନନ୍ଦ ଉଠାଇ ଚ୍ୟାଲେଞ୍ଜର ସାମ୍ନା କରିବେ। ପ୍ରତିଟି ମ୍ୟାଚ୍‌ ମଧ୍ୟରୁ ବିଶେଷ କରି ଭାରତ ସହ ଜଡ଼ିତ ମ୍ୟାଚ୍‌ର ଉତ୍ସାହ ଅଧିକ ରହିଥାଏ।