Tamil nadu election: ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ଟିଭିକେକୁ ୮୦ ଆସନ ଯାଚିଲା ବିଜେପି: ବିଶାଳ ଫ୍ୟାନ୍ ବେସ୍ ଉପରେ ଦଳର ନଜର

NEWS7
european-carriers-start-avoiding-pakistani-airspace

ନୂଆଦିଲ୍ଲୀରାଜନୀତିରେ ଏଣ୍ଟ୍ରି କରିବା ମାତ୍ରେ ତାମିଲିଗା ଭେଟ୍ଟ୍ରି କାଝାଗାମ(TVK) ମୁଖ୍ୟ ବିଜୟଙ୍କର ପତିଆରା ବଢ଼ିବାରେ ଲାଗିଛି। ସେ ଜଣେ ଅଭିନେତା ହୋଇଥିବାରୁ ଜଣେ ସଫଳ କ୍ରାଉଡ ପୁଲର ଓ ଭୋଟର ପୁଲର ବୋଲି ବିଜେପି ଭାବୁଛି। ଏଥିପାଇଁ ବିଜେପି ଟିଭିକେ ସହିତ ମେଣ୍ଟ କରି ତାମିଲନାଡୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ମିଡିଆ ରିପୋର୍ଟ ଅନୁସାରେ, ବିଜେପି ଟିଭିକେକୁ ୮୦ ଶିଟ୍ ଯାଚିବା ସହିତ ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୌଣସି ମୁହୂର୍ତ୍ତରେ ଟିଭିକେ ଏନଡିଏ ସହିତ ମିଶି ନିର୍ବାଚନ ଲଢ଼ିବାର ଘୋଷଣା ହୋଇପାରେ ବୋଲି କୁହାଯାଉଛି। ତଥାପି ଏନେଇ ଉଭୟ ଦଳ କିମ୍ବା ଦଳୀୟ ନେତାଙ୍କ ପକ୍ଷରୁ କୌଣସି ପ୍ରକାର ଖୋଲାଖୋଲି ମତ ପ୍ରକାଶ ପାଇ ନାହିଁ।

ମୁଖ୍ୟମନ୍ତ୍ରୀ ଆସନ ଉପରେ ବିଜୟଙ୍କ ଆଖି

ଯଦି ଖବର ପଦକ୍ଷେପ ବାସ୍ତବରେ ପରିଣତ ହୁଏ, ତେବେ ରାଜ୍ୟରେ ନିର୍ବାଚନୀ ହିସାବ ବଦଳି ଯାଇପାରେ। ଭୋଟ ହାରରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କଡ଼ା ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରିପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ଉପମୁଖ୍ୟମନ୍ତ୍ରୀ ନୁହେଁ, ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର ରଖିଛନ୍ତି, ଯାହା ଆଲୋଚନାରେ ଏକ ପ୍ରମୁଖ ବିଷୟ ରହିଛି।

ପଢ଼ନ୍ତୁ- Assembly Election 2026: ଏପ୍ରିଲରେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ, ଘୋଷଣା କଲେ ନିର୍ବାଚନ ଆୟୋଗ

ସେପଟେ ତାମିଲନାଡୁ ରାଜନୀତିରେ ନୂଆ ହୋଇଥିଲେ ବି ବିଜୟଙ୍କ ପ୍ରଭାବ ବଢ଼ିବା କାରଣରୁ ବିଜେପି ତାଙ୍କ ଟିଭିକେ ଦଳକୁ ଯେକୌଣସି ପ୍ରକାର ଏନ୍ଡିଏରେ ସାମିଲ୍ କରାଇବାକୁ ଚାହୁଁଛି। ଏଥିପାଇଁ ଦଳ ଆଲୋଚନା ପାଇଁ ଚାରିଆଡ଼ୁ ପଥ ପ୍ରଶସ୍ତ କରିଛି। ମିଳିଥିବା ଖବର ଅନୁସାରେ ଅନ୍ୟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ବିଜୟଙ୍କୁ ଏନ୍ଡିଏରେ ସାମିଲ୍ ହେବାକୁ ଚାପ ପକାଉଥିବା କୁହାଯାଉଛି।

ବିଜୟଙ୍କ ଫ୍ୟାନ୍ ବେସ୍‌କୁ ଭୋଟ୍ ବେସ୍ ବନାଇବାକୁ ଚାହୁଁଛି ବିଜେପି

ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କର ତାମିଲନାଡୁରେ ଏକ ବିଶାଳ ଫ୍ୟାନ୍ ବେସ୍ ରହିଛି। ସେ ଆସିବା ମାତ୍ରେ ଲୋକେ ତାଙ୍କ ଝଲକ ଟିକେ ପାଇବା ପାଇଁ ଜୀବନକୁ ବିପଦରେ ବି ପକାଇବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଆଉ ବିଜେପିର ଆଗ୍ରହ ମୁଖ୍ୟତଃ ତାମିଲନାଡୁରେ ତାଙ୍କର ବିପୁଳ ଫ୍ୟାନ୍ ବେସ୍କୁ ନେଇ ରହିଛି। ଦଳର ରଣନୀତିକାରମାନେ ବିଶ୍ୱାସ କରନ୍ତି ଯେ ଏହି ସମର୍ଥନର ଏକ ଛୋଟ ଅଂଶ ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ତେଣୁ ବିଜେପି ବିଜୟଙ୍କୁ ମନାଇବାକୁ ଚେଷ୍ଟା ଜାରି ରଖିଛି। ବିଜେପି ନେତାଙ୍କ ମତରେ ଫ୍ୟାନ୍ଙ୍କର ଦୁଇ ପ୍ରତିଶତ ଭୋଟ୍ ବି ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ।

ଟିଭିକେ ଦଳରେ ମତାନ୍ତର

ଏନଡିଏ ସହିତ ମେଣ୍ଟ କରିବାର ସମ୍ଭାବନା ବିଜୟଙ୍କ ଘନିଷ୍ଠ ପରାମର୍ଶଦାତାଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଛି। ଯଦି ଟିଭିକେ ଏନଡିଏ ସହ ମେଣ୍ଟ କରେ ତେବେ ନୂଆ କରି ସୃଷ୍ଟି ହୋଇଥିବା ଦଳର ବିଶ୍ୱାସନୀୟତା ଉପରେ କି ପ୍ରଭାବ ପଡ଼ିବ ସେ ନେଇ ଟିଭିକେ ବର୍ତ୍ତମାନ ଚିନ୍ତିତ ଅଛି। କାରଣ ବିଜୟ ଏକ ସ୍ୱାଧୀନ ଭାବମୂର୍ତ୍ତି ନେଇ ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ ତାଙ୍କ ଦଳକୁ ଏକ ନୂଆ ବିକଳ୍ପ ଭାବରେ ଛିଡ଼ା କରିଥିଲେ। ଏବେ ଏନ୍ଡିଏ ସହିତ ମିଶିଲେ ଲୋକେ ଦଳକୁ ବିଶ୍ୱାସ କରିପାରିବେ କି ନାହିଁ ସେ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଜୋର୍ଦାର ବିଚାରବିମର୍ଶ ଚାଲିଛି।

ପଢନ୍ତୁ- ହଟି ପାରିବେକି ଭାରତର ମୁଖ୍ୟ ନିର୍ବାଚନ କମିଶନର, ଜାଣନ୍ତୁ କ’ଣ କହୁଛି ସମ୍ବିଧାନ?