ଜୋହାନ୍ସବର୍ଗ, ୧୫ /୦୩:ଭୟଙ୍କର ଏବଂ ହୃଦୟ ବିଦାରକ । ବର୍ଷାରେ ବେହାଲ ହେଲା ଦେଶ । ପ୍ରାଣ ହରାଇଲେ ଶହ ଶହ ଲୋକେ । ଖାଲି ବର୍ଷା ନୁହେଁ ବରଂ ବନ୍ୟା ଏବଂ ଭୂସ୍ଖଳନ ଘଟାଇଲା କ୍ଷତି । ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା । ଏବେବି ନିଖୋଜ ଅଛନ୍ତି ହଜାର ହଜାର ଲୋକେ ।

ପୂର୍ବ ଆଫ୍ରିକୀୟ ଦେଶ ଇଥିଓପିଆରେ ପ୍ରବଳ ବର୍ଷା,ବନ୍ୟା ଓ ଭୂସ୍ଖଳନ ତାଣ୍ଡବ ସୃଷ୍ଟି କରିଛି । ଏଥିରେ ଏପର୍ଯ୍ୟନ୍ତ ୧୦୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

​​​​​​​ଏହି ଖବରଟି ପଢନ୍ତୁ...  #US_Iran_war ଆମେରିକା-ଇରାନ ଯୁଦ୍ଧରେ ନିହତ ହୋଇଛନ୍ତି ୫ ଭାରତୀୟ, ଜଣଙ୍କର ମିଳୁନି ପତ୍ତା

ସୂଚନା ଅନୁସାରେ ଗାଚୋ ବାବା,କମ୍ବା ଓ ବୋଙ୍କେ ଜିଲ୍ଲାରେ ମୂଷଳଧାରା ବର୍ଷା ହେବା ଯୋଗୁ ବନ୍ୟା ଓ ଭୂସ୍ଖଳନ ଘଟିଛି । ଭୂସ୍ଖଳନ ଯୋଗୁ ଅନେକ ଗାଁ ମାଟି ଓ କାଦୁଅ ଭିତରେ ପୋତି ହୋଇଯାଇଛି । ଅନେକ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରିନାହାନ୍ତି । ତେଣୁ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ଚିତ୍ର ମିଳିନାହିଁ । ସରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

ସ୍ଥାନୀୟ ପାଣିପାଗ ବିଭାଗର କହିବାନୁସାରେ, ବର୍ତ୍ତମାନ ଦେଶରେ ବର୍ଷା ହେଉଛି । ଆଗାମୀ ଦୁଇ ତିନି ଦିନ ଯାଏଁ ଏପରି ଅବସ୍ଥା ରହିବ । ବର୍ଷା ପାଇଁ ପାହାଡିଆ ଜାଗାରେ ମାଟି ଅତଡା ଖସିଛି । ଭୂସ୍ଖଳନ ହୋଇଛି । ଏହାସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।