ଆମେରିକାର ପରବର୍ତ୍ତୀ ଟାର୍ଗେଟ୍ ଇରାନ, ଭେନେଜୁଏଲାଠୁ ବି ସ୍ଥିତି ହେବ ଭୟାନକ, କିଏ ଦେଲେ ଏମିତି ଚେତାବନୀ ?

NEWS7
epidemics-reduce-australias-population

ନୂଆଦିଲ୍ଲୀ: ଗତ ସପ୍ତାହରେ ଲାଟିନ ଆମେରିକା ଦେଶ ଭେନେଜୁଏଲା ଉପରେ ଆମେରିକାର ହମଲା ପରେ ସମଗ୍ର ବିଶ୍ଵରେ ଉତ୍ତେଜନା ମାହୋଲ ସୃଷ୍ଟି ହୋଇଛି। ଭେନେଜୁଏଲା ଉପରେ ହମଲା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ, କୋଲମ୍ବିଆ, ନାଇଜେରିଆ ଓ ଇରାନ ସମେତ ଅନେକ ଦେଶକୁ ଖୋଲା ଧମକ ଦେଇଛନ୍ତି। ତାଙ୍କର ଏହି ଧମକ ପରେ ପ୍ରସିଦ୍ଧ ଆମେରିକା ଅର୍ଥଶାସ୍ତ୍ରୀ ଜେଫ୍ରି ସାକ୍ସ ଆମେରିକା ବୈଦେଶିକ ନୀତି ଉପରେ କଡ଼ା ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ଆମେରିକାରେ ଆଇନ ମାତ୍ର ଏକ କାଳ୍ପନିକ କାହାଣୀରେ ବଦଳି ଯାଇଛି। ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତିଙ୍କ ପରବର୍ତ୍ତୀ ନିଶାଣ ଇରାନ ହୋଇପାରେ।

ସୂଚନାଯୋଗ୍ୟ, ସାକ୍ସ ନିକଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ନିଜ ପକ୍ଷ ରଖିଥିଲେ। ସେ ଇଣ୍ଡିଆ ଟୁଡେ ସହିତ ସାକ୍ଷାତକାରରେ ଆମେରିକାର ସାଂପ୍ରତିକ ସ୍ଥିତିକୁ ନେଇ ବିଶ୍ଵ ସମୁଦାୟକୁ ସତର୍କ କରାଇଥିଲେ। ଜେଫ୍ରି ସାକ୍ସ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଇଛନ୍ତି। ଆମେରିକା ଏମିତି ଏକ ଡିପ୍ ଷ୍ଟେଟ୍ ସାମରିକ ତନ୍ତ୍ର ଦେଇ ଗତି କରୁଛି, ଯାହା ସମ୍ବିଧାନ ବିରୋଧୀ ଅଟେ।

କଣ କହିଲେ ଜେଫ୍ରି ସାକ୍ସ ?

ଜେଫ୍ରି ସାକ୍ସ ଇରାନ ଉପରେ ଆମେରିକାର ସମ୍ଭାବିତ ହମଲାକୁ ନେଇ ହୋଇଥିବା ଏକ ପ୍ରଶ୍ନ ଉପରେ କହିଛନ୍ତି, ଯଦି ଆମେରିକା ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଏ ତେବେ ପରିସ୍ଥିତି ଭେନେଜୁଏଲାଠୁ ଅଧିକ ଖରାପ ହୋଇପାରେ। ନୂଆ ବର୍ଷ ଠିକ୍ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଫ୍ଲୋରିଡାର ମାର ଏ ଲାଗୋରେ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ନେତା ସଙ୍କେତ ଦେଇଥିଲେ ଯେ, ପରବର୍ତ୍ତୀ ଟାର୍ଗେଟ୍ ଇରାନ ହୋଇପାରେ।

ଜେଫ୍ରି ସାକ୍ସଙ୍କ ଅନୁଯାୟୀ, ଇସ୍ରାଏଲ ଇରାନକୁ ନେଇ ବହୁତ ଆକ୍ରମଣାତ୍ମକ ରହିଛି ଏବଂ ସେଠାକାର ସରକାର ଭାଙ୍ଗିବାକୁ ଚାହୁଁଛି। ସେ କହିଛନ୍ତି, ଆମେରିକା କୌଣସି କାରଣବଶତଃ ଇସ୍ରାଏଲ ଚାପରେ କାମ କରୁଥିବା ପ୍ରତୀତମାନ ହେଉଛି। ଅନେକ ଥର ଆମେରିକା ଲଢେଇକ କରୁଛି, ଯେଉଁ ସମୟରେ ଇସ୍ରାଏଲ ଚାହୁଁଛି। ଏହାକୁ ସାକ୍ସ ବହୁତ ଦୟନୀୟ ସ୍ଥିତି ବୋଲି କହିଛନ୍ତି।