LIVE TV

ଅଙ୍ଗନୱାଡି କେନ୍ଦ୍ରରେ ପଶିଲେ ହାତୀ ପଲ, କବାଟ-ଝରକା ଭାଙ୍ଗି ଖାଇଗଲେ ଚାଉଳ

NEWS7
Anganwadi Centre

ମୋରଡ଼ା ୪।୧୦: ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶିଲେ ହାତୀ ପଲ । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଭାଙ୍ଗି ହାତୀ ପଲ ନଷ୍ଟ କରିଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ଭଦୁଆଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଙ୍ଗନୱାଡି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଉକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଦୁଇ ମାସ ତଳେ ହାତୀ ପଲ ପ୍ରବେଶ କରି ଅନେକ ଜିନିଷପତ୍ର ନଷ୍ଟ କରିଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ୨୦ ଟିକିଆ ଶିମିଳିପାଳ ହାତୀ ପଲ ପୁଣି ସେହି ଅଙ୍ଗନୱାଡି କେନ୍ଦ୍ରର ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଥିଲେ । କେନ୍ଦ୍ରର କବାଟ ଓ ଝରକା ଭାଙ୍ଗି ଭିତରକୁ ପଶି ଚାଉଳ ଖାଇବା ସହ ସମସ୍ତ ଜିନିଷପତ୍ରକୁ ଭାଙ୍ଗି ନଷ୍ଟ କରିଦେଇଛି । ବାରମ୍ବାର ଉକ୍ତ ଅଙ୍ଗନୱାଡିକୁ ଭାଙ୍ଗିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅପରପକ୍ଷରେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଏକ  ଟାୱାର ଅଛି ସତ କିନ୍ତୁ ସେଠାରେ କେହି ବନରକ୍ଷୀ ରହୁନଥିବାରୁ ଏପରି ବାରମ୍ବାର ଘଟଣା ସାମ୍ନାକୁ ଆସୁଛି । ଯଥାଶୀଘ୍ର ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ଅଧାପନ୍ତରିଆ ହୋଇ ପଡିରହିଥିବା ପାଚେରୀକୁ ସମ୍ପୂର୍ଣ୍ଣ ଭାବେ ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ସରପଞ୍ଚ ସେବତୀ ମୁର୍ମୁ । ସେହିପରି ଅନେକ ଚାଷ ଜମିକୁ ମାଡି ଦଳି ନଷ୍ଟ କରିଦେଇଛି । ତେବେ ବନ ବିଭାଗ ପକ୍ଷରୁ ହାତୀ ପଲକୁ ଜଙ୍ଗଲକୁ ଘଉଡାଇ ଦିଆଯାଇଥିବା ରେଞ୍ଜର ଘନଶ୍ୟାମ  କହିଛନ୍ତି ।