LIVE TV

ଘର ଭୁଶୁଡ଼ି ଆଠ ବର୍ଷର ଝିଅ ମୃତ, ଦୁଇ ଶିଶୁ ଗୁରୁତର

NEWS7
house

ଉମରକୋଟ: ପରିତ୍ୟକ୍ତ ଘରେ ଖେଳୁଥିବା ବେଳେ ଘର ଭୁଶୁଡ଼ି ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପାଇଁରିଚଚରା ଗାଁରେ । ମୃତ ନାବାଳିକା ଜଣକ ପିତ ସାନ୍ତାଙ୍କ ଝିଅ ଭୂମିକା ସାନ୍ତା ବୋଲି ଜଣାପଡ଼ିଛି । ଗୁରୁତର ଦୁଇ ଜଣ ହେଲେ ସନଧର ସାନ୍ତାଙ୍କ ଦୁଇ ଝିଅ ସତୀ ସାନ୍ତା(୬),ଏଲିସା ସାନ୍ତା (୪) । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ ବୁଧବାର ଅପରାହ୍ନ ୪ଟାରେ ସନଧର ସାନ୍ତାଙ୍କ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ୪ ଜଣ ଝିଅ ଖେଳୁଥିଲେ । ତେବେ ଏହି ସମୟରେ ହଠାତ ଘରଟି ଭୁଶୁଡି ପଡିଥିଲା । ତିନି ଝିଅ ଘର ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭଗ୍ନାବଶେଷ ଭିତରୁ ତିନି ଜଣଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଡାକ୍ତର ସେଠାରେ ଭୂମିକା ସାନ୍ତାଙ୍କୁ ମୃତ ଘୋଷଣା କରିଥିଲେ । ସତୀ ସାନ୍ତା ଓ ଏଲିସା ସାନ୍ତାଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।