ସୁବର୍ଣ୍ଣରେଖା ଓ ବୈତରଣୀରେ ଏବେବି ବନ୍ୟା, ମଙ୍ଗଳବାର ଜଳସ୍ତର ଖସିପାରେ - : ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | August 25, 2025 IST

ଭୁବନେଶ୍ୱର ୨୫।୦୮ : ଏବେବି ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଜାରି । ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି । ମଙ୍ଗଳବାର ଏହା ବିପଦ ସଂକେତ ତଳକୁ ଆସିବ। ହେଲେ ଯାମସୋଲାଘାଟରେ ବର୍ଷା ଯୋଗୁଁ ରାଜଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ବଢିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, କାଣୀ ନଦୀରେ ୩୦ ମିଟର ଘାଇ ହୋଇଛି। ପାଣି କମିଲେ ମରାମତି କାମ ଆରମ୍ଭ ହେବ। ବର୍ତ୍ତମାନ ହୀରାକୁଦରେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ୨.୧୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨.୨୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ରେଙ୍ଗାଳିରେ ୯୩ % ପାଣି ଭରିବାରୁ ନଜରରେ ରଖାଯାଇଛି। ଏବେ ଦୁଇଟି ଗେଟ ଖୋଲା ଅଛି। ଆବଶ୍ୟକ ପଡିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ। ରବିବାର ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିଲିମିଟର ବର୍ଷା ହୋଇଛି। ଅନ୍ୟ କେଉଁଠି ୧୦ ମିଲିମିଟରରୁ ଅଧିକ ବର୍ଷା ହୋଇ ନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ। ମୁଣ୍ଡଳୀରେ ୧.୮୪ ଲକ୍ଷ ଜଳ ପ୍ରବାହିତ ହେଉଛି। ତେଣୁ ମହାନଦୀରେ ବନ୍ୟା ନାହିଁ।  ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି। ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.