ରାଜ୍ୟରେ ବନ୍ୟା ସ୍ଥିତିରେ ଆସିଛି ସୁଧାର, କୋରାପୁଟରେ ଅଧିକ ବର୍ଷା- ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | August 27, 2025 IST

ଭୁବନେଶ୍ୱର ୨୭।୦୮ : ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବର୍ତ୍ତମାନ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ଲଘୁଚାପ ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ଚନ୍ଦ୍ରଶେଖର ପାଢୀ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା ହୋଇଛି । ସବୁଠୁ ଅଧିକ ବର୍ଷା କୋଲାବ ବେସିନ୍‌ରେ ହୋଇଛି । ଇନ୍ଦ୍ରାବତୀ ବେସିନରେ ବି ବର୍ଷା ହୋଇଛି । ବାଲିମେଳା, ସାଳନ୍ଦୀରେ ସ୍ଥିତି ସନ୍ତୋଷଜନକ ରହିଛି । ସବୁ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରଭାବିତ ହୋଇଛି । ଆଗାମୀ ଦିନରେ ଆହୁରି ତଳକୁ ଆସିବ । ବର୍ତ୍ତମାନ ବୈତରଣୀରେ ପାଣି କମିଯାଇଛି । ତଳିଆ ଅଞ୍ଚଳରୁ ପାଣି କମିବାକୁ ସମୟ ଲାଗିବ । ପାଣି କମିବା ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.